ଟେଲିକମ୍ ଓ ସାଇବର୍ ଅପରାଧ ସମ୍ପର୍କିତ ଗ୍ରାହକଙ୍କ ସଚେତନତା କର୍ମଶାଳା

ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁରସ୍ଥ ପଣ୍ଡିତ ନୀଳକଣ୍ଠ ଉତ୍କକ ମହାବିଦ୍ୟାଳୟ ସମ୍ମିଳନୀ ଗୃହରେ ଭାରତୀୟ ଟେଲିକମ୍ ଓ ସାଇବର୍ ଅପରାଧ ଗ୍ରାହକଙ୍କ ସଚେତନତା କର୍ମଶାଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଭାରତୀୟ ଟେଲକମ୍ ସଂସ୍ଥାର ଡେପୁଟୀ ଜେନେରାଲ ମ୍ୟାନେଜର ଏସ୍.କେ. ମହାପାତ୍ର ମୁଖ୍ୟଅତିଥୀ ଭାବେ ଯୋଗଦେଇ ଏହାକୁ ଆନୁଷ୍ଠାନିକ ଭାବେ ଉଦ୍‌ଘାଟନ କରିଥିଲେ । ଛତ୍ରପୁର ଉପଖଣ୍ଡ ଟେଲିକମ୍ ଅଧିକାରୀ ରାମନାଥ ଦାଶ୍, କଲେଜ ଅଧ୍ୟକ୍ଷ ଡ଼ଃ.ରାଜେନ୍ଦ୍ର ଦାଶ୍, ଅଧ୍ୟାପିକା ଶୁଭଶ୍ରୀ ଦାଶ୍,ଅଧ୍ୟାପିକା ଆରତୀ ପଟ୍ଟନାୟକ, ସ୍ୱେଚ୍ଛାସେବୀ ଅରୁଣ କୁମାର ଶତପଥୀ ପ୍ରମୁଖ ଯୋଗଦେଇ ଟେଲିକମ୍ ସେବାର ଉପାଦେୟତା ଏବଂ ସାଇବର କ୍ରାଇମ ସମ୍ପର୍କିତ ନିରାପତ୍ତା ଉପରେ ତାତ୍ତ୍ଵିକ ଆଲୋଚନା ଦେଇଥିଲେ ।ଗ୍ରାହକ ସେବା କେନ୍ଦ୍ରଗୁଡ଼ିକରେ ଅଭିଯୋଗ ପ୍ରଣାଳୀକୁ ସରଳ କରିବା, ଅଧିକ ଟୋଲ୍ ଫ୍ରି ନମ୍ବର୍ ଓଡ଼ିଆ ଭାଷାରେ ସର୍ବସାଧାରଣଙ୍କୁ ବୁଝିଲା ଭଳି ପ୍ରଣାଳୀ ପ୍ରସ୍ତୁତ କରିବା, ଅଧିକରୁ ଅଧିକ ଗ୍ରାହକ ସଚେତନତା କରିବା ନିମନ୍ତେ ବିଭିନ୍ନ ସ୍ଥାନରେ କର୍ମଶାଳା କରିବା ପାଇଁ କମ୍ପାନୀ ଗୁଡ଼ିକୁ ଏବଂ ଆୟୋଜନକାରୀ ଉଦ୍ୟକ୍ତାଙ୍କୁ ଦୃଷ୍ଟିଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଏସ୍ଏନ୍ଏଲ୍ କର୍ତ୍ତୃପକ୍ଷଙ୍କ ଉପସ୍ଥିତିରେ ସାଇବର୍‌ ନିରାପତ୍ତା ଉପରେ ଛାତ୍ରଛାତ୍ରୀଙ୍କୁ ତାଲିମ୍ ଦିଆଯାଇଥିଲା । କଲେଜ ଅଧ୍ୟକ୍ଷ ତଥା ଆଇନଜୀବୀ ଡ଼ଃ.ରାଜେନ୍ଦ୍ର ଦାଶ୍ ଏବଂ  ମୁଖ୍ୟ ଉଦ୍ୟକ୍ତା ତଥା ବିକାଶ ଅନୁଷ୍ଠାନର ସମ୍ପାଦକ ଗୋକୁଳ ଚନ୍ଦ୍ର ଦାଶ୍ ଏ ସମ୍ପର୍କରେ ତାତ୍ପର୍ଯ୍ୟ ବୁଝାଇଥିଲେ । ଶେଷରେ ବିକାଶ ଅନୁଷ୍ଠାନର ସମ୍ପାଦକ ଶ୍ରୀ ଦାଶ୍ ସମସ୍ତଙ୍କୁ ଧନ୍ୟବାଦ ସହ ସାଧୁବାଦ ଜଣାଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ