ଟେଲିଫୋନ ଟାୱାର ଉପରୁ ଯୁବକଙ୍କୁ ଉଦ୍ଧାର କଲା ଅଗ୍ନିଶମ ବିଭାଗ

କରଞ୍ଜିଆ,(ଜିତେନ୍ଦ୍ର ରାଜ):କରଞ୍ଜିଆ ବ୍ଲକ ବଳା ପଞ୍ଚାୟତ ବାଗଦଫା ଗ୍ରାମର ଟେଲିଫୋନ ଟାୱାର ଉପରକୁ ଚଢିଯାଇଥିବା ଜଣେ ଯୁବକକୁ ଆଜି କରଞ୍ଜିଆ ଅଗ୍ନିଶମ ବିଭାଗ ଉଦ୍ଧାର ପରେ ପୁଲିସକୁ ହସ୍ତାନ୍ତର କରିଛି । ଉଦ୍ଧାର ଯୁବକ ଙ୍କ ନାମ ସର୍ଦ୍ଦାର ବୁଲିଉଳି(୪୦) ବୋଲି ଜଣାଯାଇଛି । ତାର ଘର କରଞ୍ଜିଆ ବ୍ଲକ ପୁରୁଣାପାଣି ଗ୍ରାମରେ ଏବଂ ସେ ବାଗଦଫାସ୍ଥିତ ମାମୁଁ ଘରକୁ ବୁଲିବାକୁ ଆସିଥିଲା । ଆଜି ଭୋର ୪ଟାରେ କୌଣସି କାରଣବଶତଃ ନିକଟସ୍ଥ ଟେଲିଫୋନ ଟାୱାର ଉପରକୁ ଚଢ଼ିଯାଇ ରହିଥିଲା । ଗ୍ରାମବାସୀଙ୍କ ଠାରୁ ଖବରପାଇ ଅଗ୍ନିଶମ ଅଧିକାରୀ ଦୀପକ କୁମାର ଜେନା ସଦଳବଳେ ଘଟଣାସ୍ଥଳକୁ ଯାଇ ତାକୁ ଉଦ୍ଧାର ପରେ ପୁଲିସକୁ ହସ୍ତାନ୍ତର କରିଥିଲେ । ଉକ୍ତ ଯୁବକ ବେଳେ ବେଳେ ମାନସିକ ଭାରସାମ୍ୟ ହରାଇ ଏପରି କାର୍ଯ୍ୟ କରିଥାଏ ବୋଲି ଗ୍ରାମବାସୀ ମାନେ ପ୍ରକାଶ କରିଥିଲେ । ଦ୍ବିତୀୟରେ ଟେଲିଫୋନ କର୍ତ୍ତୃପକ୍ଷ ଉକ୍ତ ଟାୱାର ବସାଇବା ପରେ ଚତୁର୍ଦିଗରେ ସୁରକ୍ଷା ବାଡ଼ କରିନଥିବା ଯୋଗୁଁ ପୂର୍ବରୁ ଏକ ଗାଈର ମୃତ୍ୟୁ ହୋଇଥିଲା ବୋଲି ଗ୍ରାମବାସୀ ଅଭିଯୋଗ କରିଥିଲେ । ସୌଭାଗ୍ୟବଶତଃ ଏହି ଯୁବକର କୌଣସି କ୍ଷତି ହୋଇନଥିବା ବେଳେ ଆଗକୁ କୌଣସି ଅଘଟଣକୁ ଏଡାଇ ଦିଆଯାଇନପାରେ ବୋଲି ଜଣାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ