ଟୋନି ଏନ୍ ସିଂହ ହେଲେ ବିଶ୍ବ ସୁନ୍ଦରୀ

ଲଣ୍ଡନ : ଜମାଇକାର ଟୋନି ଏନ୍‌ ସିଂହ ବିଶ୍ବସୁନ୍ଦରୀ – ୨୦୧୯ର ମୁକୁଟ ବିଜୟିନୀ ହୋଇଛନ୍ତି । ଲଣ୍ଡନଠାରେ ଅନୁଷ୍ଠିତ ବିଶ୍ବ ସୁନ୍ଦରୀ ପ୍ରତିଯୋଗିତାରେ ମିସ୍‌ ଫ୍ରାନ୍ସ ଓଫେଲ ମେଜିନୋ ଦ୍ବିତୀୟ ରନର୍ସଅପ୍‌ ହୋଇଥିବାବେଳେ ଭାରତର ସୁମନ ରାଓ ତୃତୀୟ ରନର୍ସ ଅପ୍‌ ରହିଛନ୍ତି । ଟୋନିଙ୍କୁ ଗୀତ, ବ୍ଲଗିଂ, ସୁଇମିଂ ଆଦି ପସନ୍ଦ ରହିଥିବାବେଳେ ଭବିଷ୍ୟତରେ ଡାକ୍ତର ହେବାକୁ ଲକ୍ଷ୍ୟ ରଖିଛନ୍ତି। ଟୋନି କ୍ୟାରବିଆନ୍‌ ଷ୍ଟୁଡେଣ୍ଟସ୍‌ ଆସୋସିଏସନ୍‌ର ଅଧ୍ୟକ୍ଷ ରୂପେ ମଧ୍ୟ କାମ କରି ସାରିଛନ୍ତି। ଜାମାଇକାର ଚତୁର୍ଥ ମହିଳା ଭାବେ ଟୋନି ଏହି ସୁନ୍ଦରୀ ପ୍ରତିଯୋଗିତାରେ ନିଜର ଯୋଗଦାନ ରଖିଛନ୍ତି। ଦୀର୍ଘ ବର୍ଷର ବ୍ୟବଧାନ ପରେ ଜମାଇକା ଏପରି ଏକ ଟାଇଟଲ୍‌ର ବିଜୟିନୀ ହୋଇଛି । ଶେଷଥର ପାଇଁ ୧୯୯୩ ମସିହାରେ ଲିଜା ହାନ୍ନା ଏହି ଟାଇଟଲ୍‌ର ବିଜୟିନୀ ହୋଇଥିଲେ । ସେହିପରି ୨୦୧୭ରେ ଭାରତର ମାନୁଷୀ ଚିଲ୍ଲାର ବିଶ୍ବସୁନ୍ଦରୀ ମୁକୁଟ ବିଜୟିନୀ ହୋଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ