ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ
ଭଞ୍ଜନଗର, (ସନ୍ତୋଷ କୁମାର ଜେନା):ଭଞ୍ଜନଗର ବ୍ଳକ ଟୋକାଗଣ୍ଡା ପ୍ରକଳ୍ପ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି ଏଥିରେ ପ୍ରଧାନ ଶିକ୍ଷକ ପ୍ରଦୀପ ପାତ୍ର ସଭାପତିତ୍ବ କରିଥିବା ବେଳେ ମୁଖ୍ୟ ଅତିଥି ରୂପେ ଅବସରପ୍ରାପ୍ତ ପ୍ରଫେସର କୃତିବାସ ବିଶ୍ବାଳ, ସମ୍ମାନିତ ଅତିଥି ରୂପେ ସମାଜସେବୀ ଶୂଳପାଣୀ ଶତପଥୀ, ଦୁଇ ଏ.ବି.ଇ.ଓ ନେତାଜୀ ବିଷୋୟୀ, ଶଙ୍କର୍ଷଣ ତ୍ରିପାଠୀ, ବଡକୋଦଣ୍ଡା ଜବାହାର ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ସନ୍ତୋଷ ଜେନା,ଅବସର ପ୍ରାପ୍ତ ସଂସ୍କୃତ ଶିକ୍ଷକ ବିପ୍ର ଚରଣ ସାହୁ, ଅବସର ପ୍ରାପ୍ତ ପି.ଇ.ଟି ଶିକ୍ଷକ ନକୁଳ ସ୍ବାଇଁ, ଅବସରପ୍ରାପ୍ତ ଶିକ୍ଷକ କାଳୁ ଚରଣ ପ୍ରଧାନ, ବଡକୋଦଣ୍ଡା ସରପଞ୍ଚ ପ୍ରତିନିଧି ହୃଷିକେଶ ପ୍ରଧାନ ଯୋଗ ଦେଇଥିବା ବେଳେ ବିଶିଷ୍ଠ ଅତିଥି ରୂପେ ସ୍ଥାନୀୟ ସି.ଆର୍.ସି.ସି ମୋହନ ସାହୁ ଙ୍କ ସମେତ ସି.ଆର୍.ସି.ସି ତ୍ରିନାଥ ବେହେରା ,ସନ୍ତୋଷ କୁମାର ସାହୁ,ଦେବୀ ପ୍ରସାଦ ଦାଶ, ବିଭୁପ୍ରସାଦ ମହାପାତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ଶିକ୍ଷକ ଦିତିକୃଷ୍ଣ ଲେଙ୍କା ବିଦ୍ୟାଳୟର ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ସମସ୍ତ ଷ୍ଟାଫ ଓ ବିଦ୍ୟାଳୟ ପରିଚାଳନା କମିଟିର ସଦସ୍ୟ ସଦସ୍ୟା ଙ୍କ ସମେତ ଟୋକାଗଣ୍ଡା ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ ଏହି ଅବସରରେ ପୂର୍ବରୁ ଅନୁଷ୍ଠିତ ପ୍ରତିଯୋଗିତା ଗୁଡିକର କୃତୀ ଛାତ୍ର ଛାତ୍ରୀମାନଙ୍କୁ ପୁରସ୍କୃତ କରାଯିବା ସହ ଛାତ୍ର ଛାତ୍ରୀମାନଙ୍କ ଦ୍ବାରା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିଲା ଶେଷରେ ବିଦ୍ୟାଳୟ ପରିଚାଳନା କମିଟିର ସଭାପତି ବସନ୍ତ କୁମାର ଡାକୁଆ ଧନ୍ୟବାଦ ଅର୍ପଣ କରିଥିଲେ