ଟୋକା ସଂଘ ତରଫରୁ ସମାଜ ମଙ୍ଗଳ ହୁଣ୍ଡିରୁ କର୍କଟ ପୀଡ଼ିତାଙ୍କୁ ସହାୟତା
ଭୁବନେଶ୍ୱର,(ଯୁଗାବ୍ଦ ନ୍ୟୁଜ୍): ସମାଜରେ ସାମାଜିକ ବିପ୍ଲବ ସୃଷ୍ଟି କରିବାରେ “କଳ୍ପନା ଛକ ଟୋକା ସଂଘ” ଏକ ସ୍ୱତନ୍ତ୍ର ସ୍ଥାନ ସୃଷ୍ଟି କରିପାରିଛି । ରାଜଧାନୀର ରାସ୍ତାକଡ଼ରେ ସମାଜ ମଙ୍ଗଳ ହୁଣ୍ଡି ପ୍ରତିଷ୍ଠା ଅସହାୟ କର୍କଟ ରୋଗ ପୀଡ଼ିତ ଓ ପୀଡ଼ିତାଙ୍କ ମୁହଁରେ ଟିକେ ହସ ଫୁଟାଇବାରେ ସହାୟ ହୋଇପାରିଛି । ୨ବର୍ଷ ୬ ମାସ ମଧ୍ୟରେ ଯୁବକ ଯୁବତୀମାନଙ୍କ ଠାରୁ ଆଦାୟ ଅର୍ଥରାଶିକୁ ୯ଜଣ ମାରାତ୍ମକ କର୍କଟ ରୋଗ ପୀତିଡ ଓ ପୀଡ଼ିତାଙ୍କୁ ପ୍ରଦାନ କରିବାରେ ଏହି ସଂଘ ନିଃସ୍ୱାର୍ଥପର ଭାବେ ତାର ସେବା ଜାରି ରଖିଛି । ରାଜଧାନୀ ସ୍ମାର୍ଟ ସିଟିର ପ୍ରତ୍ୟେକ ଖଟି ଏକ ଆଦର୍ଶ ଖଟି ହେଉ, ନିଶାମୁକ୍ତ, ହିିଂସାମୁକ୍ତ ଓ ଅସହାୟମାନଙ୍କୁ ସହାଯ୍ୟ, ସାମାଜିକ ସଚେତନତା ଜାଗ୍ରତ କରିବାରେ ଏହି ସଂଘ ସାଧାରଣରେ ଏକ ଉଦାହରଣ ପାଲଟିଛି । ଆମ ଯୁବପିଢୀ, ଆମ ଦେଶ, ଜାତି ପ୍ରୀତି ଓ ସାମାଜ ସେବାକୁ ସର୍ବଦା ଗୁରୁତ୍ୱ ଦିଅନ୍ତୁ, ଏହି ସଂଘର ମୂଳ ଲକ୍ଷ୍ୟ ଓ ଉଦ୍ଦେଶ୍ୟ । ଚଳିତ ୧୫ ତାରିଖରେ ସମାଜ ମଙ୍ଗଳ ହୁଣ୍ଡିରୁ ଆଦାୟ ୨୦ ହଜାର ଟଙ୍କା ଅର୍ଥରାଶିକୁ ଶିଶୁପାଳଗଡର ଅସହାୟ କର୍କଟ ରୋଗରେ ପୀଡ଼ିତା ଶ୍ରୀମତୀ ମାତା ସ୍ୱାଇଁଙ୍କୁ ପ୍ରଦାନ କରାଯାଇଥିଲା । ଓଡ଼ିଶା ସମାଜସେବୀ ମହାସଂଘର ରାଜ୍ୟ ସଭାପତି ତଥା ସମାଜ ମଙ୍ଗଳ ହୁଣ୍ଡିର ପ୍ରତିଷ୍ଠାତା ସମାଜସେବୀ ନାରାୟଣ ଚନ୍ଦ୍ର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଡ଼େପୁଟି କମିଶନର ଅଫ ପୋଲିସ୍ ଶ୍ରୀଯୁକ୍ତ ଅନୁପ ସାହୁ, ମୁଖ୍ୟବକ୍ତା ଭାବେ ବରିଷ୍ଠ ସାମ୍ବାଦିକ ପ୍ରଦ୍ୟୁମ୍ନ ଶତପଥୀ, ଭୁବନେଶ୍ୱର ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା, ଓଡ଼ିଶା ଖଦୀ ଓ ଗ୍ରାମଦ୍ୟୋଗ ବୋର୍ଡ଼ର ଅଧ୍ୟକ୍ଷ ସଂଗ୍ରାମ ପାଇକରାୟ, ବିଜେଡ଼ି ମୁଖପାତ୍ର ସୁଲତା ଦେଓ, ବିଜୁ ଜନତା ଦଳର ଭୁବନେଶ୍ୱର ଜିଲ୍ଲା ସଭାପତି ଅମରେଶ ଜେନା, ସମାଜସେବୀ ତଥା ରାଜନେତ୍ରୀ ପ୍ରୀତିନନ୍ଦ ରାଉତରାୟ, ସମାଜସେବୀ ମୀରା ପରିଡ଼ା, ଅଜୟ ସିଂ, ମନସ୍ମିତା ଜେନା, ସସ୍ମିତା ଦାସ, କାଜଲ ନାୟକ, ରାଜଲକ୍ଷ୍ମୀ ମହାପାତ୍ର, ବନ୍ଦନା ହରିଚନ୍ଦନ, ରାଧାନାଥ ରାୟ, ସାମ୍ବାଦିକ ତଥା ସମାଜସେବୀ ଲିଙ୍ଗରାଜ ସାହୁ, ଦିଲ୍ଳୀପ ଶ୍ରୀଚନ୍ଦନ, ଜୋନ୍-୧ ଏସିପି ବିଷ୍ଣୁ ପ୍ରସାଦ ପାତ୍ର, ଅମ୍ବ୍ରିତା ରାଉତରାୟ, ଅଭିନେତା ଜ୍ଞାନେନ୍ଦ୍ର ପଲାଇ ପ୍ରମୁଖ ଯୋଗ ଦେଇଥିଲେ । ଅତିଥିମାନଙ୍କ ଦ୍ୱାରା ହୁଣ୍ଡି ଗୃହିତ ହେଲା ପରେ ବିନ୍ଦାସ ଚିନୁଙ୍କ ଦ୍ୱାରା ସମାଜ ମଙ୍ଗଳ ହୁଣ୍ଡି ଭଙ୍ଗା ଯାଇଥିଲା । କଳ୍ପନା ଛକ ଟୋକା ସଂଘର ସଭାପତି ଧୀରେନ ରାଉତରାୟ ଧନ୍ୟବାଦ ଅର୍ପଣ କରିଥିବା ବେଳେ ଉପସଭାପତି ପବିତ୍ର ଗଜେନ୍ଦ୍ର, ସହ ସମ୍ପାଦକ ଶିବଶଙ୍କର ଡ଼ାକୁଆ, ସୁରେଶ ଚନ୍ଦ୍ର ପତ୍ରୀ, ବିନ୍ଦାସ ଚିନୁ, ଅରୁଣ ଜେନା, ସୁରେଶ ମାଝୀ, ପ୍ରକାଶ ଚନ୍ଦ୍ର ସାହୁ, ଜଗବନ୍ଧୁ ପଣ୍ଡା, ମୋନା ରାୟ, ଦେବାଶିଷ ଜେନା, ସଂଗ୍ରାମ ବଳିୟାର ସିଂ, ମିଟୁ ମହାରଣା ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଏହି ଅବସରରେ ଅଭିନେତା ସ୍ମୃତି ରଞ୍ଜନ ମହାନ୍ତି ଓ ସମାଜସେବୀ ଅଜୟ ସିଂଙ୍କୁ ସମାଜ ସୁଧାରକ ସମ୍ମାନରେ ସମ୍ମାନିତ କରାଯାଇଥିଲା । କଳ୍ପନା ଛକ ଟୋକା ସଂଘର ସମସ୍ତ ସଭ୍ୟ ସଭ୍ୟା ଉପସ୍ଥିତ ଥିଲେ ।