ଟୋଲ ଗେଟରେ ନିଯୁକ୍ତି ଦାବି ତୃତୀୟ ଦିନରେ ପହଁଚିଲା ଶାନ୍ତିପୂର୍ଣ୍ଣ ଗଣଧାରଣା
ଭଣ୍ଡାରିପୋଖରୀ, (ଦୁର୍ଯ୍ୟଧନ ଲେଙ୍କା):ଭଣ୍ଡାରିପୋଖରୀ ବ୍ଲକ ୧୬ନଂ ଜାତୀୟ ରାଜପଥର ଛତାବର ଠାରେ ନିର୍ମାଣ ହୋଇଥିବା ଟୋଲ ଗେଟରେ ଗତ ତିନିଦିନ ହେବ ଶୁଳ୍କ ଆଦାୟ ଆରମ୍ଭ ହୋଇଛି। ପରିତାପର ବିଷୟ ଜାତୀୟ ରାଜପଥ କର୍ତ୍ତୃପକ୍ଷ ଯୋଗ୍ୟତା ଭିତ୍ତିକ ପ୍ରାର୍ଥୀ ଚୟନ ନକରି ଅନିୟମିତତା ଭିତ୍ତିରେ କିଛି ଯୁବକଙ୍କୁ ଟୋଲ ଗେଟରେ ନିଯୁକ୍ତି ଦିଆଯାଇଥିବା ଅଭିଯୋଗ ହେଉଛି। ତେଣୁ ତିନିଦିନ ହେବ ଆଶାୟୀ ପ୍ରାର୍ଥୀ ଓ ସ୍ଥାନୀୟ ଲୋକେ ଟୋଲ ପ୍ଲାଜା ଠାରେ ଶାନ୍ତିପୂର୍ଣ୍ଣ ଧାରଣା ଦେଇଛନ୍ତି। ବିଶେଷ କରି ଟୋଲଗେଟ ପାର୍ଶ୍ୱ ନେଉଳିଆ, ନାରାୟଣପୁର, କୁଶଗଡ଼ିଆ, ପୁରିପଡା, ଆଖୁଆପଦା ପ୍ରମୁଖ ଗ୍ରାମର ଯୁବକ ମାନଙ୍କୁ ନିଯୁକ୍ତି ଦେବା ପାଇଁ ଦାବି ହୋଇଛି। ଧାରଣା ସ୍ଥଳରେ ବିଜେପି ନେତା ବଦ୍ରିନାରାୟଣ ଧଳ, ପ୍ରଣବ ରାଉତ, ଦାମୋଦର ନାୟକ, ଗଜେନ୍ଦ୍ର ବେହୁରିଆ, ପ୍ରତାପ ରାଉତ, ରାଜେଶ କୁମାର ରାଉତ ପ୍ରମୁଖ ଉପସ୍ଥିତ ରହି ସ୍ଥାନୀୟ ଯୁବକଙ୍କୁ ନିଯୁକ୍ତି ପାଇଁ ଦୃଢ଼ ଦାବି ଜଣାଇବା ସହ ଏନେଇ ଟୋଲ ଗେଟ ପରିଚାଳକଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି। ଦାବି ପୂରଣ ନହେଲେ ଆଗାମୀ ଦିନରେ ଧାରଣାକୁ ତୀବ୍ରତର କରାଯିବ ବୋଲି ଚେତାବନୀ ଦିଆଯାଇଛି।