ଟ୍ରକକୁ ସାନିଟାଇଜର ଓ ଡ୍ରାଇଭର, ହେଲପର ଙ୍କୁ ମେଡିକାଲ ପରୀକ୍ଷା ସହ ଖାଇବାକୁ ଦେଉଛି ଗ୍ରାସୀମ ଇଣ୍ଡୋଷ୍ଟିଜ
ଗଞ୍ଜାମ:କରୋନା ସଂକ୍ରମଣ ପାଇଁ ସାର ଦେଶରେ ଲକଡାଉନ ହେବା ପରେ ସମସ୍ତ କମ୍ପାନୀ ଗୁଡିକ ବନ୍ଦ ହୋଇଯାଇଛି।ଏହି ପରିପ୍ରେକ୍ଷୀରେ ଗଂଜାମ ସହରର ଥିବା ଗ୍ରାସୀମ ଇଣ୍ଡଷ୍ଟ୍ରିଜ ବନ୍ଦରହିଥିଲା। ଫଳରେ ପୂର୍ବରୁ ଆସିଥିବା ମାଲବାହୀ ଟ୍ରକ ଗୁଡିକ ରହିଯାଇଥିଲା। ପରେ ପ୍ରଶାସନ ଠାରୁ ଏନଓସି ଆଣି ନିୟମ ମୁତାବକ କମ୍ପାନୀ ତାହାର ଉତ୍ପାଦନ ଆରମ୍ଭ କରିଥିବା ବେଳେ ଲକଡାଉନ ଯୋଗୁଁ ଫସି ରହିଥିବା ଟ୍ରକ ଓ ବର୍ତ୍ତମାନ ବିଭିନ୍ନ ରାଜ୍ୟ ଗୁଡିକରୁ ଆସୁଥିବା ଟ୍ରକ କମ୍ପାନୀ ରେ ଆସି ପହଂଚିବା ପରେ କମ୍ପାନୀ ତରଫରୁ ଟ୍ରକ ଗୁଡିକୁ ପ୍ରଥମେ ଟ୍ରକ ଗୁଡିକ ର ସାନିଟାଇଜ କରାଯିବା ପରେ ଟ୍ରକ ଡ୍ରାଇଭର ଏବଂ ହେଲପର ମାନଙ୍କ ର କମ୍ପାନୀ ପରିସରରେ ଡାକ୍ତର ଦ୍ୱାରା ମେଡିକାଲ ପରୀକ୍ଷା କରାଯାଉଛି । ତତ୍ଵ ସହିତ ସେମାନଙ୍କ ର ଖାଇବା ବ୍ୟବସ୍ଥା କରାଯିବ ସହ କମ୍ପାନୀ ରେ ବର୍ତ୍ତମାନ ଅଳ୍ପ ସଂଖ୍ୟକ କର୍ମଚାରୀ କାର୍ଯ୍ୟରତ ଅଛନ୍ତି ଏବଂ ଅନ୍ୟ କର୍ମଚାରୀ ମାନେ ଛୁଟି ରେ ଅଛନ୍ତି ଏବଂ ସାନିଟାଇଜ,ସାମାଜିକ ଦୂରତ୍ୱ ଏବଂ ପ୍ରଶାସନର ସମସ୍ତ ନିୟମ ଆଦି କଡାକଡି ଭାବେ କମ୍ପାନୀ ପାଳନ କରୁଛି ବୋଲି କହିଛନ୍ତି କମ୍ପାନୀ ର ଡି.ଜି.ଏମ ଶ୍ରୀ ରବୀନ୍ଦ୍ର ମହାନ୍ତି ।


