ଟ୍ରକରୁ ୩୫ ଲକ୍ଷ ଟଙ୍କାର ଗଞ୍ଜେଇ ଜବତ,୨ ଗିରଫ
ମୋହନା,(ଅଂଶୁମାନ ପଣ୍ଡା): ଏ.ସି.ପି ତପନ କୁମାର ପଟ୍ଟନାୟକ ଯେଉଁ ଦିନ ଠାରୁ ଜିଲ୍ଲାରେ ଦାଇତ୍ୱ ନେଇଛନ୍ତି ସେଦିନ ଠାରୁ ଅଞ୍ଚଳରେ ଗଞ୍ଜେଇ ମାଫିଆଙ୍କ ମନରେ ଭୟ ସୁଷ୍ଟି ହୋଇଯାଇଛି | ଗଞ୍ଜେଇ ମାଫିଆ ଙ୍କୁ ଧରିବା ପାଇଁ ଥାନା ଅଧିକାରୀ ମାନଙ୍କୁ ରାତି ଦିନ ଏକ କରି ଧରିବାକୁ ପଡୁଛି | ମୋହନା ଥାନା ଅଧିକାରୀ ଗୋଟେ ବର୍ଷ ଦେଢ଼ ମାସରେ ମୋହନା ଥାନାରେ ଗଞ୍ଜେଇ ମାଫିଆଙ୍କୁ ଧରିବାରେ ରେକର୍ଡ କରିଛନ୍ତି | ଗଜପତି ଜିଲ୍ଲା ମୋହନା ଥାନା ପୋଲିସ ଚାନ୍ଦିପୁଟ-ଲୁହାଗୁଡି ରାସ୍ତାରେ ଚଢ଼ାଉ କରି ଏକ ଟ୍ରକରୁ ୭ କୁଇଣ୍ଟାଲ ଗଞ୍ଜେଇ ଜବତ କରି ଚାଲାଣରେ ସମ୍ପୃକ୍ତ ୨ ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ ବିହାରର ଜଗୁରାମ ଧୋବି,ଝାରଖଣ୍ଡର ଇନ୍ଦ୍ର ପ୍ରସାଦ ଯାଦବ,ଅଭିଯୁକ୍ତମାନେ ଅନ୍ତରବା ଅଞ୍ଚଳରୁ ଗଞ୍ଜେଇ ନେଇ ଝାରଖଣ୍ଡ ଅଭିମୁଖେ ଚାଲାଣ କରୁଥିବା ବେଳେ ପୋଲିସ କୌଣସି ସୂତ୍ରରୁ ଖବର ପାଇଁ ବିଳମ୍ବିତ ରାତିରେ ଥାନା ଅଧିକାରୀ ସୁଜିତ କୁମାର ନାୟକଙ୍କ ନେତୃତ୍ୱରେ ଏକ ଟିମ ପିଙ୍କିମୁରୁମ ଓ ତାଙ୍କସହ କର୍ମଚାରୀ ଚଢ଼ାଉ କରି ଲୁହାଗୁଡି ନିକଟରେ ଟ୍ରକ ନଂ ସିଜି.୦୪.ଏଲ.ଏନ.୩୮୯୯ କୁ ଯାଞ୍ଚ କରିଥିଲେ । ଯାଞ୍ଚ ବେଳେ ଟ୍ରକରୁ ୨୭ ବସ୍ତା ଗଞ୍ଜେଇ ଜବତ ହୋଇଛି | ଏହାକୁ ତହସିଲଦାର କଲ୍ୟାଣି ସଙ୍ଘ ମିତ୍ରା ଦେବୀଙ୍କ ଉପସ୍ଥିତରେ ଓଜନ କରିବାରୁ ଏହା ୬୮୮ କେଜି ହୋଇଥିଲା | ଯାହାର ଆନୁମାନିକ ମୂଲ୍ୟ ୩୫ ଲକ୍ଷ୍ୟ ହେବ । ପୋଲିସ ଏ ସଂକ୍ରାନ୍ତରେ ଏକ ମାମଲା ରୁଜୁ କରିଥିବା ବେଳେ ଅଭିଯୁକ୍ତ ମାନଙ୍କୁ ଆସନ୍ତା କାଲି କୋର୍ଟ ଚାଲାଣ କରାଯିବ ବୋଲି ସୂଚନା ମିଳିଛି |