ଟ୍ରକ୍ ଧକାରେ ମହିଳା ମୃତ
ଚୌଦ୍ଵାର, (ଦୀପକ କୁମାର ବେଉରା) :-ଟାଙ୍ଗୀ ଥାନା ଅନ୍ତର୍ଗତ ମଙ୍ଗୁଳି ଛକ ଚଣ୍ଡୀ ପେଟ୍ରୋଲ ପମ୍ପ ସମ୍ମୁଖରେ ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟି ଯାଇଅଛି । ଦୁର୍ଘଟଣା ରେ ମହିଳା ଙ୍କ ର ଶୋଚନୀୟ ମୃତ୍ୟୁ ଘଟିଛି । ପୋଲିସ ସୂତ୍ର ରୁ ପ୍ରକାଶ ଯେ ଏକ ହାଇବା ଟ୍ରକ୍ କଟକ ଆଡୁ ମଙ୍ଗୁଳି ଅଭିମୁଖେ ଯିବା ସମୟ ରେ ମଙ୍ଗୁଳି ଛକ ଚଣ୍ଡୀ ପେଟ୍ରୋଲ ପମ୍ପ ସମ୍ମୁଖ ରେ ଏକ ମହିଳାଙ୍କୁ ପଛପଟୁ ଧକ୍କା ଦେଇଥିଲା । ଫଳରେ ମହିଳାଙ୍କ ର ଘଟଣାସ୍ଥଳରେ ପ୍ରାଣ ବାୟୁ ଉଡ଼ିଯାଇଥିଲା । ଘଟଣା ସ୍ଥଳରେ ଟାଙ୍ଗୀ ପୋଲିସ ପହଂଚି ମୃତ ଶରୀର କୁ ବ୍ୟବଛେଦ ପାଇଁ କଟକ ବଡ଼ ଡ଼ାକ୍ତରଖାନାକୁ ପଠାଇଛନ୍ତି । ମହିଳାଙ୍କ ପରିଚୟ ଜଣାପଡି ନଥିବା ସ୍ଥଳେ ପୋଲିସ ତଦନ୍ତ ଜାରି ରଖିଛି ।