ଟ୍ରକ୍ ଧକ୍କାରେ ଛାତ୍ରୀ ମୃତ
ଯାଜପୁର ,(ଯୁଗାବ୍ଦ ନୁ୍ୟଜ୍) : ଯାଜପୁର ଜିଲ୍ଲା ବ୍ରହ୍ମବରଦା ନିକଟ ଖଣ୍ଡାସ ଛକରେ ଟ୍ରକ ଧକ୍କାରେ ଜଣେ ଛାତ୍ରୀଙ୍କ ମୃତୁ୍ୟ ହୋଇଛି । ମୃତକ ଜଣକ ପରିଚୟ ବାଲିଗୁଡା ଗ୍ରାମର ଉତ୍ତମ ବେହେରାଙ୍କ ଝିଅ ରୂପାଲି ବେହେରା (୧୦) ବୋଲି ଜଣାପଡିଛି । ମିଳିଥିବା ଖବର ଅନୁଯାୟୀ ରୂପାଲି ମା ସହ ନିଜର ମାମୁଁ ଘର ଖଣ୍ଡାସକୁ ଆସିଥିଲେ । ଏହା ପରେ ଛାତ୍ରୀ ସ୍କୁଲକୁ ଯାଇ ମାମୁଁ ଘରକୁ ଫେରୁଥିବା ସମୟରେ ସ୍କୁଲରୁ ଓହ୍ଲାଇ ଘରକୁ ୁଚାଲି ଚାଲି ଫେରୁଥିବା ସମୟରେ ଏକ ଟ୍ରକ ଛାତ୍ରୀ ଜଣଙ୍କୁ ଧକ୍କା ଦେଇଥିଲା ଘଟଣା ସ୍ଥଳରେ ହିଁ ଛାତ୍ରୀ ଜଣଙ୍କର ମୃତୁ୍ୟ ହୋଇଥିଲା । ଏହି ଘଟଣା ପରେ ସ୍ଥାନୀୟ ଲୋକ ଉତ୍ୟକ୍ତ ବରୁହାଁ-ବାଲିଚନ୍ଦ୍ରପୁର ରାସ୍ତାର ଖଣ୍ଡାସ ଛକ ନିକଟରେ ମୃତ ଦେହକୁ ଧରି ୩ ଘଣ୍ଟା କାଳ ଧର ି ରାସ୍ତାରୋକ କରିଥିଲେ । ଖବର ପାଇ ପୋଲିସ ଘଟଣା ସ୍ଥଳରେ ଯାଜପୁର ସଦର ଥାନା ପୋଲିସ ଘଟଣା ସ୍ଥଳରେ ବୁଝାସୁଝା କରି ପହଞ୍ଚିବା ପରେ ଆନେ୍ଦାଳନରେ ଓହରିଥିଲେ ।