ଟ୍ରକ୍ ଧକ୍କାରେ ସାଇକେଲ ଆରୋହୀ ଗୁରୁତର
ଛତ୍ରପୁର : ଛତ୍ରପୁର ଥାନା ଅଧୀନ ୧୬ ନମ୍ବର ଜାତୀୟ ରାଜପଥ କଲେଜ ଛକ ଠାରେ ଏପି୨୬-ଟିଟି୯୩୬୯ ନମ୍ବର ଏକ ଆନ୍ଧ୍ର ଟ୍ରକ୍ ସାଇକେଲ ଆରୋହୀକୁ ଧକ୍କା ଦେଇଛି । ଫଳରେ ସାଇକଲେ ଆରୋହୀ ପୁରୁଣାପାଟଣା ଗ୍ରାମର ମହେନ୍ଦ୍ର ରାଉଳ ଗୁରୁତର ଆହତ ହୋଇଥିଲେ । ସୂଚନା ପାଇ ଛତ୍ରପୁର ଥାନା ପୁଲିସ ଘଟଣା ସ୍ଥଳେ ପହଞ୍ଚି ଆହତ ମହେନ୍ଦ୍ରକୁ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ଭର୍ତ୍ତି କରିଥିଲେ । ସଙ୍କଟାପନ୍ନ ଥିବା ନେଇ ବ୍ରହ୍ମପୁରକୁ ପଠାଯାଇଥିଲା । ଦୁର୍ଘଟଣା ଘଟାଇଥିବା ଟ୍ରକକୁ ପୁଲିସ ଥାନାରେ ଅଟକ ରଖି ତଦନ୍ତ ଚଳାଇଛି ।