ଟ୍ରକ ଓ ବାଇକ ଧକ୍କା ; ବାଇକ ଚାଳକର ମୃତ୍ୟୁ

ଭଞ୍ଜନଗର , (ସନ୍ତୋଷ ଜେନା) : ଗଞ୍ଜାମ ଜିଲ୍ଲା ଜଗନ୍ନାଥପ୍ରସାଦ ଥାନା ଅଧିନ ଗୋଚ୍ଛାବାଡ଼ି ଛକ ଠାରେ ରେ ଏକ ଟ୍ରକ ସହ ବାଇକ ର ମୁହାଁମୁହିଁ ଧକ୍କା ହେବା ଫଳରେ ଜଣଙ୍କ ମୃତ୍ୟୁ ଘଟିଛି । ମୃତ ଜଣକ ହେଲେ ଭଞ୍ଜନଗର ଥାନା ଅଗଝୋଳ ଗ୍ରାମର ରବୀନ୍ଦ୍ର ମଲ୍ଲିକ । ସେ ଶୁକ୍ରବାର ବିଳମ୍ବିତ ରାତ୍ରି ରେ ବାଇକ ଯୋଗେ ନିଜ ଗ୍ରାମଘରକୁ ଫେରୁଥିବା ବେଳେ ଗୋଚ୍ଛାବାଡ଼ି ଛକ ନିକଟରେ ସାମ୍ନା ପଟୁ ଆସୁଥିବା ଏକ ଟ୍ରକ ସହ ଧକ୍କା ହୋଇଥିଲା। ଫଳରେ ଘଟଣା ସ୍ଥଳରେ ରବୀନ୍ଦ୍ର ଗୁରୁତର ଆହତ ହୋଇଥିଲେ। ସ୍ଥାନୀୟ ଲୋକଙ୍କ ଠାରୁ ଖବର ପାଇ ସ୍ଥାନୀୟ ଅଗ୍ନିଶମ ବାହିନୀ ଓ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଞ୍ଚି ରବୀନ୍ଦ୍ର ଙ୍କୁ ଉଦ୍ଧାର କରି ଆମ୍ବୁଲାନ୍ସ ଯୋଗେ ଜଗନ୍ନାଥ ପ୍ରସାଦ ମେଡିକାଲ ରେ ଭର୍ତି କରାଯାଇଥିଲା। ହେଲେ ସେଠାରେ ରବୀନ୍ଦ୍ର ଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଜଗନ୍ନାଥ ପ୍ରସାଦ ପୁଲିସ ଦୁର୍ଘଟଣା ଘଟାଇଥିବା ଟ୍ରକ ଓ ବାଇକ କୁ ପୋଲିସ ଜବତ କରିବା ସହ ମୃତ ଦେହ କୁ ଭଞ୍ଜନଗର ମେଡିକାଲରେ ବ୍ୟବଛେଦ କରାଇ ପରିବାର ଲୋକକୁ ହସ୍ତାନ୍ତର କରିଥିବା ଜଣାପଡିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ