ଟ୍ରକ-କାର ମୁହାଁମୁହିଁ ଧକ୍କା ,୫ ମୃତ ୨ଗୁରୁତର

କଳାହାଣ୍ଡି,(ଯୁଗାବ୍ଦ ନ୍ୟୁଜ) : କଳାହାଣ୍ଡି ଜିଲ୍ଲା ୨୬ ନଂ ଜାତୀୟ ରାଜପଥ ଜରଙ୍ଗ ଛକ ନିକଟରେ ଟ୍ରକ ସହ କାର ମୁହଁମୁହିଁ ଧକ୍କା ହୋଇଛି । ଦୂର୍ଘଟଣାରେ ଗୋଟିଏ ପରିବାର ର ୫ ଜଣ ସଦସ୍ୟଙ୍କ ମୃତ ହୋଇଛି । ଆହାତ ୨ ଜଣଙ୍କୁ ବିନାୟକଙ୍କ ସ୍ତ୍ରୀ ଓ ତାଙ୍କ ସହଯୋଗୀ ଙ୍କୁ ଭବାନୀପାଟଣା ଚିକିସ୍ରାଳୟରେ ପ୍ରାଥମିକ ଚିକିସ୍ରା ପରେ ଗୁରୁତର ଦୁଇଜଣଙ୍କୁ ବିଶାଖାପାଟଣା ସ୍ଥାନାନ୍ତରିତ କରାଯାଇଛି । ସୁୂଚନା ଅନୁଯାୟୀ ବିଶାଖାପାଟଣା ମେଡିକାଲରୁ ନିଜର କାମ ସାରି ଫେରୁଥିବା ସମୟରେ ଟ୍ରକ ସହ କାର ମୁହାଁମୁହିଁ ୨୬ ନଂ ଜାତୀୟ ରାଜପଥରେ ଏଭଳି ଦୁଖଦ ଘଟଣା ଘଟିଥିଲା । ଏହି ଘଟଣା ପରେ ଅଂଚଳରେ ଶୋକର ଛାୟା ଖେଳିଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ