ଟ୍ରକ ଚକା ତଳେ ପଡି ସାଇକେଲ ଆରୋହୀ ଙ୍କ ମୃତ୍ୟୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ) : ଦିଗପହଣ୍ଡି ଥାନା ନିକଟ ବସଷ୍ଟାଣ୍ଡ ଠାରେ ରବିବାର ସକାଳ ୭ ଘଣ୍ଟା ସମୟରେ ଦୋକାନ ଖୋଲିବା ପାଇଁ ଯାଉଥିବା ସମୟରେ ଟ୍ରକ ଚକା ତଳେ ପଡି ଜୀବନ ହାରିଛନ୍ତି ଦିଗପହଣ୍ଡି ପନ୍ଦରା ସାହିର ସୁରେନ୍ଦ୍ର ମିଶ୍ର (୫୫) ବୋଲି ଜଣାପଡିଛି । ସୂଚନା ପ୍ରକାରେ ସୁରେନ୍ଦ୍ର ରବିବାର ସକାଳୁ ପୁଞ୍ଜିକୟା ଛକ ନିକଟରେ ରହିଥିବା ଦୋକାନ ଖୋଲିବା ପାଇଁ ସାଇକେଲ ଯୋଗେ ବାହାରିଥିଲେ । ତେବେ ଘରଠାରୁ ଅଳ୍ପ ବାଟ ଯିବାପରେ ଦିଗପହଣ୍ଡି ବସଷ୍ଟାଣ୍ଡ ମୁଖ୍ୟଛକ ଠାରେ ରାୟଗଡ଼ା ଅଭିମୁଖେ ଯାଉଥିବା ଅଟା ବୋଝେଇ ଟ୍ରକ ( ଓଡି ୧୮ ଏ ୫୭୧୯) ଚକ ତଳେ ଭାରସାମ୍ୟ ହରାଇ ପଡି ଯାଇଥିଲେ । ତେବେ ଗାଡ଼ିର ଚକଟି ଆରୋହୀ ଜଣକ ମୁଣ୍ଡ ଉପର ଦେଇ ଚାଲିଯିବାରୁ ଘଟଣାସ୍ଥଳରେ ହିଁ ମୃତ୍ୟୁ ହୋଇ ଯାଇଥିଲା । ଘଟଣାସ୍ଥଳରେ ଦିଗପହଣ୍ଡି ପୋଲିସ ପହଞ୍ଚି ଗାଡ଼ିକୁ ଜବତ କରିବା ସହ ଚାଳକକୁ ଅଟକ ରଖିଛି । ଏ ନେଇ ପୋଲିସ ଥାନା ମାମଲା ନଂ ୧୦୦/୨୨ ପ୍ରକାରେ ମକଦ୍ଦମା ରୁଜୁ କରି ମୃତ ଶବ ଜବତ କରି ବ୍ୟବଚ୍ଛେଦ ନିମନ୍ତେ ବ୍ରହ୍ମପୁର ବଡ଼ମେଡ଼ିକାଲ ପଠାଇ ଦେଇଥିବା ଥାନା ଅଧିକାରୀ ବସନ୍ତ କୁମାର ସେଠୀ ସୂଚନା ଦେଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ