ଟ୍ରକ ଚାପାରେ ଆଇଟିଆଇ ଛାତ୍ର ମୃତ
ରାଇରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍): ମୟୂରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ମୁଖ୍ୟ ବଜାର ଚୈାଧୁରୀ ସାଇକେଲ ଷ୍ଟୋର ନିକଟରେ ଦଶ ଚକିଆ ଟ୍ରକ୍ ଚାପାରେ ଜଣେ ଆଇଟିଆଇ ଛାତ୍ର ର ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ଜଣକ ପରିଚୟ ଝାଡଖଣ୍ଡର ଗମ୍ଭାରୁଆ ଗ୍ରାମର ସୋମନାଇ କାରୁଆ ବୋଲି ଜରାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଦଶ ଚକିଆ ଟ୍ରକ (ନମ୍ବର ଓଆର୧୧ଇ୮୨୯୪) ଯାଉଥିବା ସମୟରେ ପଛପଟୁ ସ୍କୁଟିରେ (ଜେହେଚ୍ ୧୧ଇ୮୨୯୪) ଆସୁଥିବା ସୋମନାଇ କାରୁଆ ଭାରସାମ୍ୟ ହରାଇ ଟ୍ରକ ପଛଚକ ତଳେ ପଡିଯାଇଥିଲେ । ଟ୍ରକ ଚାପାରେ ଘଟଣା ସ୍ଥଳରେ ହିଁ ସ୍କୁଟି ଚାଳକ ମୃତ ବରଣ କରିଥିଲେ । ଏଭଳି ଘଟଣା ଶୁକ୍ରବାର ଅପରାହ୍ନ ପ୍ରାୟ ୪.୧୫ ରେ ଏହି ଦୂର୍ଘଟଣା ଘଟିଥବା ଜଣାପଡିଛି ।ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଞ୍ଚି ଶବକୁ ଜବତ କରି ତଦନ୍ତ ଚଳାଇଛି ।