ଟ୍ରକ ଚାପାରେ ଶ୍ରମିକ ଙ୍କ ଝିଅ ମୃତ

ଅନୁଗୋଳ(ଯୁଗାଦ୍ଧ ନିଜ୍ୟୁ) ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବୁଢ଼ାପଙ୍କ ଗ୍ରାମ ଠାରେ ଚାଲିଥିବା ରେଲୱେ କାମରେ ଜନୈକ ଶିଶୁର ଟ୍ରକ ଚାପାରେ ମୃତ୍ୟୁ ହୋଇଥିବା ବେଳେ ପୁଲିସ ର ଅଜାଣତରେ ତାକୁ ପୋତି ଦିଆ ଯାଇଥିଲା କ୍ଷ ଏ ନେଇ ମିଡିଆ ଖବର ପ୍ରକାଶ ପରେ ପୁଲିସ ଓ ମାଜିଷ୍ଟ୍ରେଟ ଙ୍କ ସାମ୍ନାରେ ଶବକୁ ବାହାର କରାଯାଇଥିଲା କ୍ଷ ତଦନ୍ତ ରିପୋର୍ଟ ମୁତାବକ ତେଲେଙ୍ଗାନା ରାଜ୍ୟରୁ ମେହବୁବ ନଗର ନବକ୍ଷସିଥ ଗ୍ରାମର ଭେଙ୍କଟେଶ ନିଜର ପରିବାର ନେଇ ବୁଢାପଙ୍କ ରେଲୱେ ଷ୍ଟେସନ ଠାରେ ଚାଲିଥିବା ସାଇ ଲକ୍ଷ୍ମୀ ଠିକା ସଂସ୍ଥାରେ ଶ୍ରମିକ ରୂପେ କାମ କରୁଥିଲେ କ୍ଷ ବୁଢ଼ାପଙ୍କ ଆମ୍ବ ସାହି ନିକଟରେ କାମ ସମୟରେ ନିଜର ଝିଅ ଶ୍ରବନ୍ତିକୁ ନେଇ ଭେଙ୍କଟେଶ କାମ କରୁଥିଲେ କ୍ଷ ସେହି ସମୟରେ ଓଡି ୩୫ଇ ୪୯୩୩ ଗାଡ଼ି ମାଟି ନେଇ ବ୍ୟାକ୍ କରୁଥିବା ବେଳେ ଶ୍ରବନ୍ତି ମୁଣ୍ଡ ଉପରେ ଗାଡ଼ି ଚଢ଼ି ଯାଇଥିଲା କ୍ଷ ଫଳରେ ଘଟଣା ସ୍ଥଳରେ ଶ୍ରବନ୍ତିର ଗତ ବୁଧବାର ରାତି ୮.୩୦ରୁ ୯ ଟା ମଧ୍ୟରେ ମୃତ୍ୟୁ ହୋଇଥିଲା କ୍ଷ ପରେ ମାଜିଷ୍ଟ୍ରେଟ ଜିତେନ୍ଦ୍ର ସାହୁ ଓ ବଅଁରପାଳ ଥାନା ଏ ଏସ୍ ଆଇ ଏସ୍ ପି ସାମନ୍ତ ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ ଜାରି ରଖିଛନ୍ତି କ୍ଷ ଠିକା ସଂସ୍ଥାର ଏପରି ନୀନ୍ଦନୀୟ କାର‌୍ୟ୍ୟକୁ ସାଧାରଣରେ ନିନ୍ଦା କରାଯାଇଛି ଓ କ୍ଷତି ପୂରଣ ଦାବୀ ସହ ଗ୍ରାମାଞ୍ଚଳରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବାକୁ ପ୍ରସାଶନିକ ତତ୍ପରତା ଦରକାର କ୍ଷ

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ