ଟ୍ରକ ଧକ୍କାରେ ଭାଙ୍ଗିଲା ବିଶ୍ରାମାଗାର

ଛେଣ୍ଡିପଦା : ଅନୁଗୋଳ ଜିଲା ଛେଣ୍ଡିପଦା ଥାନା ନୂଆପଡ଼ାଠାରେ ଏକ ଟ୍ରକ ଧକ୍କାରେ ବିଶ୍ରାମାଗାର ଭାଙ୍ଗିଯାଇଛି। ଏଥିରେ କେହି ମୃତାହତ ହୋଇନଥିବା ଜଣାପଡ଼ିଛି । ପୋଲିସ ସୂତ୍ରରୁ ପ୍ରକାଶ, ଛେଣ୍ଡିପଦାରୁ ଦେବଗଡ଼ ଯାଇଥିବା ଜାତୀୟ ରାଜପଥର ନୂଆପଡ଼ା ଛକଠାରେ ଶନିବାର ବିଳମ୍ବିତ ରାତିରେ ଓଡି୧୯ ସି ୪୬୯୬ ଟ୍ରକ ଛେଣ୍ଡିପଦାରୁ ଦେବଗଡ଼ ଯାଉଥିବାବେଳେ ଓଡି ୧୯ ସି ୩୮୮୦ ଟ୍ରକ ପଛରୁ ଧକ୍କା ଦେଇଥିଲା। ଫଳରେ ଓଡି୧୯ ସି ୪୬୯୬ ନଂ ଟ୍ରକଟି ଭାରସାମ୍ୟ ହରାଇ ରାସ୍ତାପାଶର୍‌ବରେ ଥିବା ବିଶ୍ରାମାଗାରକୁ ଧକ୍କା ଦେଇଥିଲା। ଖବର ପାଇ ଛେଣ୍ଡିପଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ି ଦୁଇଟିକୁ ଜବତ କରିବା ସହିତ ଥାନାରେ ଅଟକ ରଖି ଘଟଣାର ତଦନ୍ତ ଜାରି ରଖିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ