ଟ୍ରକ ଧକ୍କା ରେ ନାବାଳକ ଗୁରୁତର

ମୋହନା, (ଅଂଶୁମାନ ପଣ୍ଡା):ଗଜପତି ଜିଲ୍ଲା ମୋହନା କୋର୍ଟ ନିକଟରେ ଟ୍ରକ ଧକାରେ ନାବାଳକ ଗୁରୁତର ଆହତ ହୋଇଛନ୍ତି l ଗୁରୁତର ନାବାଳକ ହେଲେ ପ୍ରିତମ ଗମାଙ୍ଗ (୧୨)l ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ l ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ବ୍ରହ୍ମପୁର ବଡ ମେଡିକାଲ ସ୍ଥାନାନ୍ତର କରଯାଇଛି l ଏହାପରେ ଭୁବନେଶ୍ୱର ଏମ୍ସ କୁ ସ୍ଥାନାନ୍ତର କରାଯାଇଛି l ସୂଚନା ପ୍ରକାରେ ଶନିବାର ସକାଳେ ଏକ ୧୦ ଚକିଆ ଟ୍ରକ ରାୟଗଡା ପଟୁରୁ ବ୍ରହ୍ମପୁର ଯାଉଥିଲା l ଏହି ସମୟରେ ମୋହନା କୋର୍ଟ ନିକଟରେ ସାଇକେଲ ରେ ଯାଉଥିବା ନାବାଳକକୁ ଧକା ଦେଇଥିଲା ଟ୍ରକ୍ l ଫଳରେ ସାଇକେଲ ଟି ଦୁଇ ଖଣ୍ଡ ହୋଇଯାଇଥିବା ବେଳେ ନାବାଳକର ବାମ ଗୋଡ ଉପରେ ଚଢିଯାଇଥିଲ ଟ୍ରକ ଚକ l ତୁରନ୍ତ ତାଙ୍କୁ ସ୍ଥାନୀୟ ଯୁବ ସ୍ବେଛାସେବୀ ମଣ୍ଟୁ ଗୌଡ, ଲୁନା ଛିଞ୍ଚାଣୀ ଓ ସ୍ଥାନୀୟ ଲୋକେ ଉଦ୍ଧାର କରି ମୋହନା ମେଡିକାଲ ରେ ଭର୍ତ୍ତି କରିଥିଲେ ସ୍ଥାନୀୟ ଲୋକେ l ମୋହନା ପୁଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ