ଟ୍ରକ ଧକ୍କା ରେ ସ୍କୁଟି ଚଳକଙ୍କ ମୃତ୍ୟୁ
ଯାଜପୁର;- ବାଲିଚନ୍ଦ୍ରପୁର ଛକ ନିକଟରେ ଟ୍ରକ ଧକ୍କା ରେ ସ୍କୁଟି ଚଳକଙ୍କ ମୃତ୍ୟୁ । ମୃତକ ହେଲେ ଚାରିନଙ୍ଗଳ ଗ୍ରାମର କୁଳମଣି ସାମଲ। ସେ ସ୍ଥାନୀୟ ଅଞ୍ଚଳରେ କବି ଗୌରବ ଭାବେ ବେଶ ଜଣାଶୁଣା। ସେ ରାସ୍ତା ପାରି ହେଇଥିବା ସମୟରେ ହଠାତ ଏକ ଟ୍ରକ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣା ସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ଏହାକୁ ନେଇ ସାହିତ୍ୟିକ ମହଲରେ ଶୋକ ପ୍ରକାଶ ପାଇଛି।


