ଟ୍ରକ ବ୍ରେକଡାଉନର ସୁଯୋଗ ନେଇ ଚାଳକକୁ ଛୁରୀରେ ଆକ୍ରମଣ କରି ଲୁଟ

ଯୋଡା, (ସମୀର କୁମାର ଦାସ):କେନ୍ଦୁଝର ଜିଲ୍ଲା ବାମେବାରୀ ଥାନା ଅନ୍ତର୍ଗତ କମଳପୁର ଗ୍ରାମର ଦୀପୁ ବେହେରାଙ୍କ ଓଡି-୦୯ଏନ-୦୧୨୪ ନମ୍ବ ୧୨ ଚକିଆ ଟ୍ରକ ଯୋଡା ଥାନା ବିଲେଇପଦା ଫାଣ୍ଡି ଅନ୍ତର୍ଗତ ମୁର୍ଗାବେଡା ଖଣି ନିକଟରେ ବ୍ରେକ ଡାଉନ ହୋଇଥିବାର ସୁଯୋଗ ନେଇ ଓଆର-୦୯କେ-୭୯୭୮ ନମ୍ବ ସିଡିଡନ ବାଇକରେ ୩ଜଣ ଦୁବୁର୍ତ୍ତ ଆସି ଡ୍ରାଇଭର ପ୍ରଦୀପ ମଣ୍ଡଳ (୩୫)କୁ ଧାରୁଆ ଛୁରୀରେ ପ୍ରାଣାନ୍ତକ ଆକ୍ରମଣ କରି ତାଙ୍କ ନିକଟରେ ଥିବା ମୋବାଇଲ ସମେତ ଟ୍ରକ ଚାବି ନେଇ ଫେରାର୍ ହୋଇଯାଇଥିଲେ । ଏହି ଖବର ଗାଡିମାଲିକ ଦୀପୁ ବେହେରା ପାଇବା ପରେ ଗାଡିମାଲିକ ବିଲେଇପଦା ଫାଣ୍ଡିରେ ଅଭିଯୋଗ କରିଥିଲେ । ଏହି ଅଭିଯୋଗ ଆଧାରରେ ଯୋଡା ଥାନା ଓ ବିଲେଇପଦା ଫାଣ୍ଡି ପୋଲିସ ବିଭିନ୍ନ ସ୍ଥାନରେ ଚଢାଉ କରି ୩ ଅଭିଯୁକ୍ତକୁ ଅଟକ ରଖିଥିବା ବେଳେ ଗୁରୁତର ଡ୍ରାଇଭର ପ୍ରଦୀପ ମଣ୍ଡଲକୁ ଚମ୍ପୁଆ ଡାକ୍ତରଖାନାକୁ ପଠାଯାଇଥିବା ଖବର ହସ୍ତଗତ ହୋଇଛି । ଗୁରୁତର ଡ୍ରାଇଭର ଘର ଝାଡଖଣ୍ଡର କାକରବଣା ଅଞ୍ଚଳର ବୋଲି ପୋଲିସ ନିକଟରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ