ଟ୍ରକ ମାଲିକଙ୍କଠାରୁ ଆଦାୟ ହେଲା ୧ ଲକ୍ଷ ୪୦ ହଜାର ଟଙ୍କାର ଜରିମାନା
ନୂଆଦିଲ୍ଲୀ :ନୂଆ ମୋଟର ଯାନ ଆଇନ ଲାଗୁ ହେବା ପରେ ଦେଶବ୍ୟାପୀ ଟ୍ରାଫିକ ବ୍ୟବସ୍ଥାକୁ କଡ଼ାକଡ଼ି ପାଳନ କରାଯାଉଛି । ଦେଶର ବିଭିନ୍ନ ସ୍ଥାନରେ ଚେକିଂ କରାଯାଇ ବେଆଇନ ଗାଡ଼ି ଚାଳକମାନଙ୍କୁ ମୋଟା ଅଙ୍କର ଜରିମାନା ଲଗାଯାଉଛି । ଦିଲ୍ଲୀର ରୋହିଣୀ କୋର୍ଟ ନିକଟରେ ମଙ୍ଗଳବାର ଏକ ଟ୍ରକଠାରୁ ୧ ଲକ୍ଷ ୪୦ହଜାର ଟଙ୍କା ଜରିମାନା ଆଦାୟ କରାଯାଇଛି । ଏପର୍ଯ୍ୟନ୍ତ ସାରା ଦେଶରେ ଆଦାୟ କରାଯାଇଥିବା ଜରିମାନା ରାଶି ମଧ୍ୟ ଏହା ସର୍ବାଧିକ ବୋଲି କୁହାଯାଉଛି । ସେହିପରି ରାଜସ୍ଥାନରେ ବିକାନେରରେ ମଧ୍ୟ ଓଭରଲୋଡିଂ ଯୋଗୁ ଏକ ଟ୍ରକ୍ରୁ ୭୦ ହଜାର ଟଙ୍କା ଜରିମାନା ଆଦାୟ କରାଯାଇଥିଲା ।