ଟ୍ରକ ମାଲିକଙ୍କୁ ଛୁରା ମାଡ଼

ପାରାଦୀପ ( ପିତବାସ ପ୍ରଧାନ ): ପାରାଦୀପ ସବ୍ ଷ୍ଟେସନ ଟ୍ରକ ପାର୍କିଙ୍ଗରେ ଜଣେ ଟ୍ରକ ମାଲିକଙ୍କୁ ଛୁରା ମାଡ଼ ହୋଇ ଥିବା ଜଣା ପଡିଛି । ଗତକାଲି ବିଳମ୍ବିତ ରାତିରେ ଟ୍ରକ ମାଲିକ ଜଣକ ନିଜର ଟ୍ରକର କର୍ମଚାରୀଙ୍କୁ ଦେଖା କରିବା ପାଇଁ ଆସିଥିଲେ। ଟ୍ରକ ଆଖପାଖ ଅଞ୍ଚଳରେ କିଛି ଯୁବକ ସନ୍ଦେହ ଜନକ ଅବସ୍ଥାରେ ବୁଲାବୁଲି କରୁ ଥିବାର ଦେଖିବାକୁ ପାଇଥିଲେ। ଆଗରୁ ଵହୁଥର ଏହି ପାର୍କିଙ୍ଗରେ ଗାଡ଼ିର ଵେଟ୍ରି, ଜଗ, ଜଗରଡ଼, ଚାଳକ ଓ ସହଯୋଗୀ ମାନଙ୍କର ମୋବାଇଲ, ଟଙ୍କା, ଜରୁରୀ କାଗଜପତ୍ର ଓ ଦସ୍ତାବିଜ ଚୋରି ହୋଇ ଆସୁଛି। ଏହି ସବୁ ଘଟଣାକୁ ଆଖି ଆଗରେ ରଖି ମାଲିକ ଜଣଙ୍କ ବୁଲାଵୁଲି କରୁଥିବା ଯୁବକଙ୍କୁ କାହିଁକି ଏଠି ବୁଲାଵୁଲି କରୁଛ ତମର କାମ କଣ ବୋଲି ପ୍ରଶ୍ନ କରିଥିଲେ। ଯାହାକୁ ନେଇ ଉଭୟଙ୍କ ମଧ୍ୟରେ ବଚସା ହୋଇଥିଲା। ବୁଲାବୁଲି କରୁଥିବା ଯୁବକମାନେ ହଠାତ ଟ୍ରକ ମାଲିକଙ୍କୁ ଛୁରୀରେ ଆକ୍ରମଣ କରି ସେ ଯାଗାରୁ ଚାଲିଯାଇ ଥିଲେ। ପେଟରେ ଦୁଇ ଯାଗାରେ ଗଭୀର ଆଘାତ ଲାଗି ଥିବା କାରଣରୁ ମାଲିକ ଜଣକ ସ୍ଥାନୀୟ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ମାଲିକଙ୍କ ଅଭିେଯାଗ ପାଇବାପରେ ପାରାଦୀପ ଆର୍ଦଶ ଥାନା ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରି ସ୍ଥାନୀୟ ମୁଣ୍ଡାପଡାରୁ କିଛି ଯୁବକକୁ ସନ୍ଦେହରେ ଥାନାକୁ ଆଣି ପଚରାଉଚରା କରିଥବାର ଜଣାପଡିଛି। ଉକ୍ତ ଘଟଣା ପରେ ଗାଡି ମାଲିକ ଓ କର୍ମଚାରୀ ମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ