ଟ୍ରକ ଯୋଗେ ଲଘୁ ଖଣିଜ ପଦାର୍ଥ ପରିବହନ ବନ୍ଦ; ପାରାଦ୍ୱୀପ ଅଞ୍ଚଳର ପ୍ରକଳ୍ପ କାର୍ଯ୍ୟ ବାଧ୍ୟାପ୍ରାପ୍ତ
ପାରାଦ୍ୱୀପ,(ପୀତବାସ ପ୍ରଧାନ): ପୂର୍ବ ଭାରତର ପ୍ରବେଶ ଦ୍ୱାରା ପାରାଦ୍ୱୀପର ବିଭିନ୍ନ ପ୍ରକଳ୍ପକୁ ଲଘୁ ଖଣିଜ ପଦାର୍ଥ ମୋରମ୍, ମେଟାଲ, ଚିପ୍ସ୍, ବାଲି ଆଦି ପରିବହନ ବନ୍ଦ ଥିôବାରୁ ପ୍ରକଳ୍ପ କାର୍ଯ୍ୟରେ ବାଧ୍ୟା ସୃଷ୍ଟି ହୋଇଛି । ଉପକୂଳ ବର୍ତ୍ତୀ ଜିଲ୍ଲାର ଖଣି ଖାଦାନରୁ ଏହି ସବୁ ସାମଗ୍ରୀ ହାଇୱା ଟ୍ରକ୍ ଯୋଗେ ପରିବହନ ହୋଇଥାଏ । ଟ୍ରକ୍ ମାନଙ୍କୁ ଟ୍ରାନ୍ଜିଟ୍ ପାସ୍ ନଦେବାରୁ ଟ୍ରକ୍ ଗୁଡିକ ଠିଆ ହୋଇ ରହିଛି । ଯେଉଁଥି ପାଇଁ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବନ୍ଦ ହେବାକୁ ବସିଲାଣି । ୧୫ଗୋଟି ଟ୍ରକ୍ ମାଲିକ ସଂଘ ପ୍ରଶାସନର ଟାଳଟୁଳ ନୀତିକୁ ନା ପସନ୍ଦ କରିବା ସହ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ସେମାନେ ଦାବି କରିଛନ୍ତି । ଲଘୁ ଖଣିଜ ସମ୍ପଦର ଖଣି ଖାଦାନରେ ହେଉଥିବା କେଳଙ୍କାରୀକୁ ରୋକିବାପରିବର୍ତ୍ତେ ଟ୍ରକ୍ ମାଲିକଙ୍କ ଉପରେ କାର୍ଯ୍ୟାନୁଷ୍ଠାନକୁ ସଂଘମାନେ ସମାଲୋଚନା କରିଛନ୍ତି । ପୂର୍ବଉପକୂଳବର୍ତ୍ତୀ ୮ଟି ଜିଲ୍ଲାର ପ୍ରାୟ ୨୦ ହଜାରରୁ ଉର୍ଦ୍ଧ ଗାଡି ଏହି ଲଘୁ ଖଣିଜ ପଦାର୍ଥ ପରିବହନରେ ନିୟୋଜିତ ଅଛନ୍ତି । ଏହାକୁ ଆଧାର କରି ଷ୍ଟୋନ୍ କ୍ରସର ଠାରୁ ଆରମ୍ଭ କରି ବିଭିନ୍ନ ନିର୍ମାଣ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ଏହି ଟ୍ରକ ପରିବହନ ବନ୍ଦ ଦ୍ୱାରା ପ୍ରାୟ ୩୦ଲକ୍ଷ ଲୋକ ପ୍ରଭାବିତ ହେବେ ବୋଲି ସୂଚନା ମିଳିଛି । ପ୍ରକାଶ ଥାଉକି ମିଳିତ ଟ୍ରକ୍ ମାଲିକ ସଂଘ ପ୍ରଶାସନର ଗାଡି ମାଲିକଙ୍କ ଉପରେ ଅନ୍ୟାୟ ଭାବେ ଫାଇନ୍ ଓ ଜୁଲମ୍ ପ୍ରତିବାଦରେ ଦୀର୍ଘ ୧୦ଦିନହେବ ଗାଡି ବନ୍ଦ କରିଛନ୍ତି । ଯାହା ଫଳରେ ପାରାଦ୍ୱୀପକୁ ପରିବହନ ବନ୍ଦ ରହିଛି ଓ ଏହା ଫଳରେ ପାରାଦ୍ୱୀପ ବନ୍ଦର, ପାରାଦ୍ୱୀପ ରିଫାଇନାରୀ, ଇଫ୍କୋ, ପିପିଏଲ ପ୍ରଭୃତି ଶିଳ୍ପ ମାନଙ୍କରେ ବୃହତ୍ତ ପ୍ରକଳ୍ପ ମାନ ବାଧାପ୍ରାପ୍ତ ହୋଇଥିବାର ଜଣାପଡିଛି ।