ଟ୍ରକ ରୁ ଚାଉଳ ଲୁଟ,୧୧ ବସ୍ତା ଚାଉଳ ଜବତ
ଖଲ୍ଲିକୋଟ (ଯୁଗାବ୍ଦ ନ୍ୟୁଜ)- ଗତକାଲି ଖଲ୍ଲିକୋଟ ଥାନା ଅନ୍ତର୍ଗତ କହ୍ନେଇପୁର ଗ୍ରାମର ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ନିକଟବର୍ତୀ ଭେଜିପୁଟ-ସୁମଣ୍ଡଳ ରାସ୍ତା କଡରେ ଥୁଆ ହୋଇଥିବା ଏକ ଉଷୁନା ଚାଉଳ ବୋଝେଇ ଟ୍ରକରୁ ରାତିଅଧିଆ ଚାଉଳ ଲୁଟ ହୋଇଥିବା ଅଭିଯୋଗ ହୋଇଛି ଜ୍ଝ ପ୍ରାପ୍ତ ସୂଚନା ଅନୁଯାୟୀ ଗତକାଲି ବିଳମ୍ବିତ ରାତିରେ ପୁରୀ ଜିଲ୍ଲା ଅନ୍ତର୍ଗତ ଗୋପ ଠାରୁ ୧୧୦୮ ଟ୍ରକ ନମ୍ବର କ୍ଟକ୍ସ ୦୨ ଭଙ୍ଘ – ୯୧୦୬ ରେ ୨୫ କିଗ୍ରା ଲେଖାଁଇଁ କେଜିଆର ୩୪୦ ବସ୍ତା ଉଷୁନା ଚାଉଳ ବୋଝେଇ କରି ଡ୍ରାଇଭର ଶଙ୍କର୍ଷଣ ଜେନା ପୁରୁଷୋତ୍ତମପୁର ଅଭିମୁଖେ ଯାଉଥିଲା ଜ୍ଝ ତେବେ ଡ୍ରାଇଭର ଞକ୍ଟକ୍ଷକ୍ଷଶବଗ୍ଧର ଫିସ ଦେବା ଭୟରେ କହ୍ନେଇପୁର ବାଟେ ଯାତ୍ରା କରୁଥିଲେ ଜ୍ଝ ତେବେ କହ୍ନେଇପୁର ହସ୍ପିଟାଲ ଆଗରେ ଡ୍ରାଇଭର ଏକ ଲାଇଟ ଖମ୍ବ ତଳେ ଆଶ୍ରୟ ନେଉଥିବାବେଳେ ଦୁର୍ବୁର୍ତ ମାନେ ଟ୍ରକ ର ପାଲ କାଟି ଚାଉଳ ବସ୍ତା ଚୋରେଇନେଇଥିଲେ ଜ୍ଝ ଡ୍ରାଇଭର ସୋମବାରଦିନ ସକାଳୁ ପୋଲିସ କୁ ଜଣାଇବାପରେ ପୋଲିସ ନିକଟସ୍ଥ ଏକ ଦୋକାନର ସିସିଟିଭି କୁ ଯାଞ୍ଚ କରିବାପରେ ରୋଡ କଡେ ଥିବା ଏକ ଭଙ୍ଗା ଘରୁ ୧୧ବସ୍ତା ଉଷୁନା ଚାଉଳ ଠାବ କରିଥିଲେ ହେଁ କାହାରିକୁ ଗିରଫ କରିନଥିବା ଏହି ସୂତ୍ରରୁ ଜଣାପଡିଛି ଜ୍ଝ