ଟ୍ରକ ସହ ବାଇକର ଧକ୍କା : ମା’ ମୃତ, ପୁଅ ଗୁରୁତର

ବାଲିଗୁଡା,(ସଞ୍ଜୟ କୁମାର ପାଣିଗ୍ରାହୀ) କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ତୁମୁଡିବନ୍ଧ ଥାନା ନିକଟସ୍ଥ ଜରିଘାଟି ଠାରେ ଏକ ମାଲବାହୀ ଟ୍ରକ ସହ ବାଇକର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ହୋଇ ଥିବା ବେଳେ ପଛରେ ବସିଥିବା ବାଇକ ଆରୋହୀଙ୍କ ମା’ଙ୍କ ଘଟଣା ସ୍ଥଳରେ ମୃତ୍ୟୁ ଘଟିଥିବା ଜଣାପଡିଛି l ପ୍ରକାଶଯେ, ବାଇକ ରେ କୋଟଗଡ ରୁ ବାଲିଗୁଡା ଯାଉଥିବା ବେଳେ ସାମ୍ନା ପଟୁ ଏକ ମାଲବାହୀ ଟ୍ରକନଂ. MH40BG6057 ଟି ଦ୍ରୁତ ଗତି ରେ ରାସ୍ତା ର ଡାହାଣ ଆଡକୁ ମାଡି ଆସିଥିଲା |ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ଙ୍କ ମା ତୁଳସା ରଣା(55)ଙ୍କର ମୁଣ୍ଡ ଉପରେ ଟ୍ରକର ଆଗ ଚକ ଚଢି ଯିବାରୁ ଘଟଣା ସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା ଏବଂ ପୁଅ ପିଣ୍ଟୁ ରଣାଙ୍କୁ ଅଚେତ ଅବସ୍ଥାରେ କୋଟଗଡ ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର କୁ ପଠାଇ ଦିଆଯାଇଛି |ହେଲେ ଘଟଣା ସ୍ଥଳରୁ ଟ୍ରକ ଡ୍ରାଇଭର ଓ ହେଲପର ଫେରାର ହୋଇଯାଇଥିବାରୁ ଏବଂ କ୍ଷତିପୂରଣ ଦାବୀ ନେଇ ସାଧାରଣ ଜନତା ରାସ୍ତାରୋକ କରିବା ସହ ଘଟଣା ସ୍ଥଳରେ ଚାପା ଉତ୍ତେଜନା ଲାଗି ରହିଛି |ରାସ୍ତା ଦୁଇ ପାର୍ଶ୍ଵରେ ଶତାଧିକ ଗାଡି ଅଟକି ରହିଥିଲା l ଖବର ପାଇ ତୁମୁଡିବନ୍ଧ ଥାନା ଅଧିକାରୀ ବାବା ଶଙ୍କର ସରାଫ ଓ ଏସଆଇ ତ୍ରୀଲୋଚନ ପ୍ରଧାନ, ନୀଳାଞ୍ଚଳ ଜେନା ପ୍ରମୁଖ ପହଂଚି ବୁଝାସୁଝା କରିବା ପରେ ରାସ୍ତାରୋକ ହଟିଥିଲା l ଏ ନେଇ ତୁମୁଡିବନ୍ଧ ଥାନାରେ କେସ ନଂ 54/2020 ପ୍ରକାରେ ଏକ ମାମଲା ରୁଜୁ କରି ଘଟଣାର ତଦନ୍ତ ଚଳାଇଛି ପୁଲିସ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ