ଟ୍ରମ୍ପଙ୍କୁ ଚରଖା କଳା ଶିଖାଇଲେ ମୋଦି

ନୂଆଦିଲ୍ଲୀ: ଅହମ୍ମଦାବାଦସ୍ଥିତ ସାବରମତି ଆଶ୍ରମରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପ୍ରଧାନମନ୍ତ୍ରୀ ମୋଦି ଚରଖା କଳା ଶିଖାଇଛନ୍ତି । ଖାଲି ସେତିକି ନୁହେଁ ଗାନ୍ଧିଜୀଙ୍କ ୩ ମାଙ୍କଡ଼ ପ୍ରତିମୂର୍ତ୍ତିକୁ ବି ମୋଦି ରାଷ୍ଟ୍ରପତି ଟ୍ରମ୍ପଙ୍କୁ ଦେଖାଇଥିଲେ । ପତ୍ନୀ ମେଲାନିଆଙ୍କ ସାବରମତି ଆଶ୍ରମ ପରିଦର୍ଶନ କରି ଚରଖାରେ ସୂତା କାଟିଥିଲେ। ଆଶ୍ରମର ବିଭିନ୍ନ କୋଠରୀ ବୁଲି ଗାନ୍ଧିଜୀଙ୍କ ସ୍ମୃତି ସହିତ ଜଡିତ ବିଭିନ୍ନ ବିଭିନ୍ନ ସାମଗ୍ରୀ ଦେଖିଥିଲେ। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ତାଙ୍କୁ ବିଭିନ୍ନ କୋଠରୀ ବୁଲାଇ ଦେଖାଇଥିଲେ। ସେ କିଛି ସମୟ ଆଶ୍ରମ ବାରଣ୍ଡାରେ ବସିଥିଲେ।
ପୂର୍ବରୁ ଅହମ୍ମଦାବାଦ ବିମାନବନ୍ଦରରେ ପହଂଚି ନିଜେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ରମ୍ପଙ୍କୁ ସ୍ୱାଗତ ଜଣାଇଥିଲେ । ବିମାନବନ୍ଦରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରମର୍ଦ୍ଦନ କରି ଆମେରିକାର ରାଷ୍ଟ୍ରପତି ଡୋନାଲ୍‌ଡ୍‌ ଟ୍ରମ୍ପ୍‌ ଏବଂ ଫାଷ୍ଟ୍‍ ଲେଡି ମେଲାନିଆ ଟ୍ରମ୍ପ୍‌ଙ୍କୁ ସ୍ୱାଗତ କରିଥିଲେ। ପରେ ମୋଦିଙ୍କ ସହ ଟ୍ରମ୍ପ ଏକ ରୋଡ ସୋ’ରେ ସାବରମତିରେ ପହଞ୍ଚିଥିଲେ । ତେବେ ଟ୍ରମ୍ପଙ୍କ ଗସ୍ତ ପୂର୍ବରୁ ମୋଦି ଟ୍ୱିଟ କରି କହିଥିଲେ ଟ୍ରମ୍ପଙ୍କ ଏହି ଗସ୍ତ ଦୁଇ ଦେଶର ସମ୍ପର୍କକୁ ବଢାଇବ । ଏହି ଗସ୍ତ ଉଭୟ ଆମେରିକା ଓ ଭାରତ ପାଇଁ ଗୁରୁତ୍ୱ ବହନ କରୁଛି । କାରଣ ଆଗକୁ ଆସିଛି ଆମେରିକା ନିର୍ବାଚନ ଏବଂ ଏପଟେ ଭାରତରେ ବିଭିନ୍ନ ପ୍ରସଙ୍ଗରେ ମୋଦି ସରକାରଙ୍କୁ ବିରୋଧ ବଢୁଥିବା ବେଳେ ଆମେରିକାର ସହ ବନ୍ଧୁତା ସରକାରଙ୍କ ପାଇଁ ଗୁରୁତ୍ୱପୂର୍ଣ୍ଣ ରହିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ