ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁଙ୍କ ପ୍ରାଣ ନେଲା କୋରୋନା
ଓ୍ବାଶିଂଟନ: ରିପବ୍ଲିକାନ ପାର୍ଟିର ଜଣେ ବଡ଼ ସମର୍ଥକ ରୂପେ ଜଣାଶୁଣା ତଥା ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘନିଷ୍ଠ ବନ୍ଧୁ ଷ୍ଟାନଲି ଚେରାଙ୍କର କୋରୋନା ସଂକ୍ରମଣରେ ରବିବାର ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ସେ ନ୍ୟୁୟର୍କରେ ଜଣେ ବଡ ରିଅଲ ଇଷ୍ଟେଟ ବ୍ୟବସାୟୀ ଭାବେ ତାଙ୍କର ଖ୍ୟାତି ରହିଛି। ଟ୍ରମ୍ପଙ୍କ ନିର୍ବାଚନ ପ୍ରଚାର ଲାଗି ଷ୍ଟାନଲି ହିଁ ସବୁଠାରୁ ଅଧିକ ପାଣ୍ଠି ଯୋଗାଇ ଦେଇଥିଲେ ବୋଲି କୁହାଯାଏ। ସେ ସର୍ବସମ୍ମୁଖରେ ସବୁବେଳେ ଟ୍ରମ୍ପଙ୍କୁ ନିଜର ଘନିଷ୍ଠ ବନ୍ଧୁ ବୋଲି ପରିଚୟ ଦେଉଥିଲେ। ସୂଚନାଯୋଗ୍ୟ, ଆମେରିକାରେ ଏବେ କୋରୋନା ଏହାର କାୟା ବିସ୍ତାର କରିଥିବା ବେଳେ ସେଠାରେ ଏବେ ପ୍ରତିଦିନ ପାଖାପାଖି ୨ ହଜାର ଲୋକଙ୍କର ମୃତ୍ୟୁ ହେଉଛି।


