ଟ୍ରମ୍ପ୍‌ ଦମ୍ପତିଙ୍କ ସହ ଆଗ୍ରା ଯିବେନି ମୋଦି

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ମୋଦି ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ୍‌ ତାଙ୍କ ପତ୍ନୀ ମେଲାନିଆଙ୍କ ସହ ଆଗ୍ରାର ତାଜମହଲ ବୁଲିଯିବେ ନାହିଁ। କିନ୍ତୁ, ଟ୍ରମ୍ପ୍‌ଙ୍କ ଅହମଦାବାଦ ଗସ୍ତ ସମୟରେ ମୋଦି ତାଙ୍କ ସହ ରହିବେ ବୋଲି ଆଜି କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି। ଟ୍ରମ୍ପ୍‌ ଦମ୍ପତିଙ୍କ ସହ ପ୍ରଧାନମନ୍ତ୍ରୀ ମୋଦି ଆଗ୍ରାର ତାଜମହଲ ବୁଲି ଯାଉଥିବା କଥା କେତେକ ଗଣମାଧ୍ୟମ କରିଥିବା ରିପୋର୍ଟ ସତ୍ୟ ନୁହେଁ ବୋଲି କେନ୍ଦ୍ର ସରକାର କହିଛନ୍ତି।
କେନ୍ଦ୍ର ସରକାରଙ୍କ ତରଫରୁ କୁହାଯାଇଛି ଯେ ଆଗ୍ରା ଭ୍ରମଣ ସମୟରେ ଟ୍ରମ୍ପ୍‌ ଦମ୍ପତି ଏକାନ୍ତରେ ଐତିହାସିକ ସ୍ମାରକୀ ତାଜମହଲ ଦର୍ଶନ କରିବା ନିମନ୍ତେ ବନ୍ଦୋବସ୍ତ ହୋଇଛି। ତେଣୁ ସେଠାରେ ଭାରତର କୌଣସି ବରିଷ୍ଠ ତଥା ବିଶିଷ୍ଟ ବ୍ୟକ୍ତି ଉପସ୍ଥିତ ରହିବେ ନାହିଁ। ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁସାରେ, ଫେବ୍ରୁଆରୀ ୨୪ ତାରିଖ ଦିନ ଡୋନାଲ୍ଡ ଟ୍ରମ୍ପ୍‌ ଏବଂ ତାଙ୍କ ପତ୍ନୀ ମେଲାନିଆ ଟ୍ରମ୍ପ୍‌ ଅହମଦାବାଦ ଗସ୍ତ କରିବେ। ସେଠାରେ ପ୍ରଧାନମନ୍ତ୍ରୀ ମୋଦି ସେମାନଙ୍କୁ ସ୍ୱାଗତ ଜଣାଇବେ। ଅହମଦାବାଦରେ ରାଷ୍ଟ୍ରପତି ଟ୍ରମ୍ପ୍‌ ‘ନମସ୍ତେ ଟ୍ରମ୍ପ୍‌’ କାର୍ଯ୍ୟକ୍ରମରେ ଯୋଗ ଦେବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ