ଟ୍ରଲର ଧକ୍କାରେ ୭ ଗାଇ ମୃତ, ୧ ଗୁରୁତର

ଛତ୍ରପୁର, (ଦେବଦତ୍ତ ମହାରଣା):ଚମାଖଣ୍ଡି ଥାନା ଅନ୍ତର୍ଗତ ସରାଫ୍ ଟିଟାନିୟମ୍ ପ୍ଲାଣ୍ଟ୍ ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥ ଠାରେ ଏକ ଅଭାବନୀୟ ଘଟଣା ଘଟିଛି । ଛତ୍ରପୁର ଠାରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଟ୍ରଲର ଧକ୍କାରେ ୭ ଗାଇ ମୃତ୍ୟୁବରଣ କରିଥିବା ଗୋଟିଏ ଗାଇ ଗୁରୁତର ଆହତ ହୋଇଛି । ଟ୍ରଲର ଚାଳକଙ୍କ ବେପାରୁଆ ଗାଡି ଚାଳନା ପାଇଁ ୭ ଟି ପ୍ରାଣୀର ଜୀବନ ହାନୀ ଘଟିଥିବା ବେଳେ ଆଉ ଗୋଟିଏ ପ୍ରାଣୀ ଜୀବନ ମୃତ୍ୟୁ ସହ ସଂଘର୍ଷ କରୁଛି । ଏଭଳି ଦୁଃଖଦାୟକ ଘଟଣାକୁ କେନ୍ଦ୍ର କରି ସ୍ଥାନୀୟ ଲୋକେ ଉତ୍ତ୍ୟକ୍ତ ହୋଇ ଦୁର୍ଘଟଣା ଘଟାଇଥିବା ଟ୍ରଲରକୁ ଭଙ୍ଗାରୁଜା କରିଥିଲେ । ଜାତୀୟ ରାଜପଥକୁ ଅବରୋଧ କରି ଏତେ ଗୁଡିକ ଜୀବନ ଯାଇଥିବାରୁ କ୍ଷତିପୂରଣ ଦାବିରେ ବିକ୍ଷୋଭ କରିଥିଲେ । ସୂଚନା ପାଇ ଚମାଖଣ୍ଡି ଥାନା ପୁଲିସ ଘଟଣାସ୍ଥଳେ ପହଞ୍ଚି ଉତ୍ତ୍ୟକ୍ତ ଲୋକଙ୍କୁ ବୁଝାସୁଝା କରି ଟ୍ରଲର ଚାଳକକୁ ଅଟକ ରଖି ତଦନ୍ତ ଜାରି ରଖିଛନ୍ତି । ସୂଚନାନୁସାରେ, ଗାଇଗୋଠରୁ ଗାଇମାନେ ଜାତୀୟ ରାଜପଥ ପାର ହେଉଥିବା ବେଳେ ଆର୍‌ଜେ୦୨ଜିବି-୪୩୦୧ ନମ୍ବର ଏକ ଟ୍ରଲର ଧକ୍କା ଦେଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ