ଟ୍ରାଇଫେଡ଼ର ନୂତନ ଉପାଧ୍ୟକ୍ଷ ହେଲେ ପବିତ୍ର କହଁର
କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : ଟ୍ରାଇଫେଡ଼ର ଉପାଧ୍ୟକ୍ଷ ଭାବେ ପବିତ୍ର କହଁରଙ୍କୁ ନିଯୁକ୍ତି ଦିଆଯାଇଛି । ପବୀତ୍ରଙ୍କ ଗ୍ରାମ କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଳକ ଟେଲାପାଲି ଗ୍ରାମରେ। ପବିତ୍ର କହଁର ଏହି ପଦବୀରେ ନିଯୁକ୍ତି ପାଇଥିବାରୁ ଫିରିଙ୍ଗିଆ ବ୍ଳକ ସମେତ ସମଗ୍ର କନ୍ଧମାଳ ଜିଲ୍ଲାରେ ଖୁସିର ଲହରୀ ଖେଳିଯାଇଛି । ବିଭିନ୍ନ ଆଡୁ ତାଙ୍କ ନିକଟକୁ ଶୁଭେଛାର ସୁଅ ଛୁଟୁଛି । ପବିତ୍ରଙ୍କ ଏହି ନିଯୁକ୍ତି କନ୍ଧମାଳ ଜିଲ୍ଲା ପରି ଏକ ଆଦିବାସୀ ବହୁଳ ଅନୁନ୍ନତ ଜିଲା ସମେତ ସାରାଦେଶର ଜନଜାତି ସଂପ୍ରଦାୟର ସାମାଜିକ ଓ ଅର୍ଥନୈତିକ ଉନ୍ନତୀ ମଧ୍ୟ ସମ୍ଭବ ହେବ ବୋଲି ଜଣାପଡିଛି । ପବିତ୍ରଙ୍କ ଏହି ନିଯୁକ୍ତି ଖବର ପାଇଁ ବିଜେପି ନେତା ତଥା ଜିଲ୍ଲା ବିଜେପି ଉପ ସଭାପତି ରମେଶ ମହାନ୍ତି, ବେବେନ୍ଦ୍ର କୁଦେଇ , ବରୀଷ୍ଠ କୁଇ ନେତା ତଥା ଆଇନଜିବୀ ଲମ୍ବୋଦର କହଁର ତଥା ଅନ୍ୟମାନେ ଅଭିନନ୍ଦନ ଜଣାଇଛନ୍ତି ।ସୂଚନା ଯୋଗ୍ୟ ଯେ, ପବିତ୍ର ସୋମବାର ଅନୁଷ୍ଠିତ ନିର୍ବାଚନରେ ବୋର୍ଡ ଅଫ ଡାଇରେକ୍ଟରସ ଦ୍ଵାରା ସର୍ବସମ୍ମତ କ୍ରମେ ଉପାଧକ୍ଷ ଭାବେ ନିର୍ବାଚିତ ହୋଇଥିବା ବିଷୟ ମେନେଜିଙ୍ଗ ଡାଇରେକଟର ତଥା ରିଟର୍ଣ୍ଣି ଅଫିସର ଏନ.ସତ୍ୟନାରାୟଣ ଏହି ଘୋଷଣା କରିଛନ୍ତି ।