ଟ୍ରାଇଫେଡ ଯୋଜନା କାର୍ଯ୍ୟକ୍ରମରେ କେନ୍ଦ୍ରମନ୍ତ୍ରୀଙ୍କ ଯୋଗଦାନ
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) : ମୟୂରଭଂଜ ଜିଲ୍ଲାର ଦିତୀୟ ସର୍ବବୃହତ୍ତମ ରାଇରଙ୍ଗପୁର ଆଇଟିଡିଏ ସମ୍ମିଳନୀ କକ୍ଷରେ ଆଦିବାସୀ ସମବାୟ ମାର୍କେଟିଂ ଡେଭେଲପମେଣ୍ଟ ଫେଡେରେସନ ଅଫ ଇଣ୍ଡିଆ(ଟ୍ରାଏଫେଡ) ଆନୁକୂଲ୍ୟରେ ବିଭିନ୍ନ ଯୋଜନା ସମ୍ବନ୍ଧରେ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ କେନ୍ଦ୍ର ଆଦିବାସୀ ବ୍ୟାପାର ଓ ଜଳଶକ୍ତି ମନ୍ତ୍ରୀ ଇଂ ବିଶେଶ୍ୱର ଟୁଡୁ ଯୋଗ ଦେଇଥିଲେ । ତାଙ୍କ ସହିତ ରାଇରଙ୍ଗପୁର ବିଧାୟକ ନବ ଚରଣ ମାଝୀ, ସାରସକଣା ବିଧାୟକ ଡାକ୍ତର ବୁଢାନ ମୁର୍ମୁ, ରାଇରଙ୍ଗପପୁର ଆଇଟିଡିଏ ପ୍ରକଳ୍ପ ପ୍ରଶାସକ ହେମନ୍ତ ସିଂ ପ୍ରମୁଖ ଉପସ୍ଥିତ ଥିଲେ । ସୁଶାସନ ସପ୍ତାହ ପାଳନ ଅବସରରେ ଟ୍ରାଇଫେଡର ରିଜିଓନାଲ ମ୍ୟାନେଜର ରାହୁଲ କୁମାର ରାୟଙ୍କ ସଭାପତିତ୍ୱରେ କାର୍ଯ୍ୟକ୍ରମ ର ସୂଚନା ଦେଇଥିଲେ । ବନଧନ ଯୋଜନାରେ ଆଦିବାସୀମାନେ ଦଲାଲଙ୍କ ଶିକାର ନ ହୋଇ ବିଶେଷ ଭାବରେ ସିଧାସଳଖ ଉପକୃତ ହୋଇ ପାରିବେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଥିଲେ । ବଣଜଙ୍ଗଲଘେରା ମୟୂରଭଂଜର ଆଦିବାସୀମାନେ ଜଙ୍ଗଲରୁ ଜଙ୍ଗଲଜାତ ଦ୍ରବ୍ୟ ସଂଗ୍ରହ କରି ଗାଁଗଣ୍ଡା ହାଟରେ କମ ଦାରରେ ବିକୁଥିଲେ । ବିକି ନ ପାରି ମଧ୍ୟ ଆର୍ଥିକ ଅସୁବିଧାରେ ପଡୁଥିଲେ । ବାଧ୍ୟ ହୋଇ ଦଲାଲ ମାନଙ୍କୁ କମ ଦାମରେ ବିକୁଥିଲେ । କେନ୍ଦ୍ର ସରକାରଙ୍କ ବନଧନ ଯୋଜନା କାର୍ଯ୍ୟକ୍ରମରେ ଝୁଣା, ଲାଖ, ମହୁଲ, ଟୁଲ, ହରିଡା, ବାହାଡା, ତେନ୍ତୂଳି, ଅଁଳା, ଶାଳମଞ୍ଜି, ନିମ୍ବ ପରି ବନଜାତ ଦ୍ରବ୍ୟର ନ୍ୟୂନତମ ବିକା ମୂଲ୍ୟ ପ୍ରଦାନ କରାଯିବ ବୋଲି ଅତିଥିଗଣ ଉପସ୍ଥିତ ଵନଧନ ଯୋଜନାର ସ୍ଵୟଂସହାୟିକା ଗୋଷ୍ଠୀର ସଦସ୍ୟ ମାନଙ୍କୁ ସୂଚାଇଥିଲେ ।ରାଇରଙ୍ଗପୁର ଆଇଟିଡିଏ ଆନୁକୂଲ୍ୟରେ ବିଶୋଇ ବ୍ଳକରେ ବନେଇକଳା ଓ ବନାନୀ ଦୁଇଟି, ତିରିଂ ବ୍ଲକର ରଘୁନାଥପୁର ଏବଂବିଜାତଳା ବ୍ଲକର କୁଣ୍ଡିଦା ରେ ଗୋଟିଏ ଲେଖାଏଁ ବନଧନ ଯୋଜନା କେନ୍ଦ୍ର ଖୋଲା ଯାଇଛି ।ଏହି ଅଧିନରେ ଥିବା ସ୍ଵୟଂ ସହାୟିକା ଗୋଷ୍ଠୀର ସଦସ୍ୟମାନେ ସାମିଲ ହୋଇ ନିକଟସ୍ଥ ବନରୁ ଵନଜାତ ଦ୍ରଵ୍ୟ ସଂଗ୍ରହ କରି ଏହି ବନଧନ ଯୋଜନା କେନ୍ଦ୍ରରେ ବିକ୍ରୟ କରିପାରି ଆତ୍ମନିର୍ଭର ଶୀଳ ହୋଇପାରିବେ । ଟ୍ରାଇଫେଡ ଆନୁକୂଲ୍ୟରେ ଟ୍ରାଇବ୍ସ ଇଣ୍ଡିଆର ଏକ ବିକ୍ରୟ କେନ୍ଦ୍ର ଓଡିଶାର ପ୍ରଥମ ଥର ପାଇଁ ମୟୂରଭଂଜରେ ଖୋଲିବାର ଲକ୍ଷ୍ୟ ରଖାଯାଇଛି ବୋଲି ମନ୍ତ୍ରୀ ଶ୍ରୀ ଟୁଡୁ କହିଥିଲେ । ଏହି କାର୍ଯ୍ୟକ୍ରଯରେ ଆଇଟିଡିଏ ପ୍ରୋଯେକ୍ଟ ମେନେଜର ସ୍ଵର୍ଣପ୍ରଭା ରଥ,ଜୀବନ ଜୀବୀକା ବିଶେଷଜ୍ଞ ଦୁର୍ଗାପ୍ରସାଦ ପଣ୍ଡା, ବିଷୟ ବିଶେଷଜ୍ଞ ରବୀନ୍ଦ୍ର ନାଥ ଗିରି ପ୍ରମୁଖପରିଚାଳନାରେ ସହଯୋଗ କରିଥିଲେ । ଯୋଜନାରେ ସାମିଲ ଥିବା ସ୍ଵୟଂ ସହାୟିକା ଗଷ୍ଠୀର ସଦସ୍ୟ ମାନେ ଯୋଗ ଦେଇ ଯୋଜନା ସମ୍ବନ୍ଧରେ ଅବଗତ ହୋଇଥିଲେ ।