ଟ୍ରାଇ ପରିସର ଭୁକ୍ତ ହେବ ହ୍ୱାଟ୍ସଆପ୍ ଓ ସ୍କାଇପି
ନୂଆଦିଲ୍ଲୀ, (ଏଜେନ୍ସି): ହ୍ୱାଟ୍ସଆପ୍ ଓ ସ୍କାଇପ୍ ପରି ଓଟିଟି (ଓଭର୍ ଦି ଟପ୍) ସେବାକୁ ଟ୍ରାଇ ନିୟମ ପରିସରଭୁକ୍ତ କରିବା ପାଇଁ ଆସନ୍ତା ସପ୍ତାହ ଶେଷ ସୁଦ୍ଧା କୌଣସି ରାୟ ପ୍ରକାଶ ପାଇବାର ସମ୍ଭାବନା ରହିଛି । ଏହି ତଥ୍ୟ ଭାରତୀୟ ଦୂରସଂଚାର ବିନିୟାମକ ପ୍ରାଧକରଣ (ଟ୍ରାଇ)ର ଅଧ୍ୟକ୍ଷ ଆର୍ଏସ୍ ଶର୍ମା ପ୍ରଦାନ କରିଛନ୍ତି । ସେ କହିଛନ୍ତି ଏହି ମାମଲାରେ ‘ଖୋଲା ବିଚାର’ ରଖିବା ଓ ୟୁରୋପୀୟ ମଡ଼େଲ ତଥା ଅନ୍ୟ ଦେଶରେ ଗ୍ରହଣ କରାଯାଇଥିବା ଉତ୍ତମ ଉପାୟକୁ ଧ୍ୟାନରେ ରଖି ନିର୍ଣ୍ଣୟ କରିବାକୁ ହେବ । ଶର୍ମା କହିଛନ୍ତି ଯେ ଟ୍ରାଇ ୟୁରୋପୀୟ ସଂଘର ନିୟାମକୀୟ ସଂସ୍ଥା (ୟୁରୋପିୟାନ୍ ଇଲେକ୍ଟ୍ରୋନିକ୍ କମ୍ୟୁନିକେସନ୍ କୋଡ଼) ଏବଂ ଅନ୍ୟ ଦେଶରେ ପ୍ରଚଳିତ କିଛି ସବୁଠାରୁ ଭଲ ବ୍ୟବସ୍ଥାର ଅଧ୍ୟୟନ କରାଯାଇଛି । ଏହି ମାମଲାରେ କୌଣସି ନିଷ୍ପର୍ଷରେ ପହଞ୍ଚିବା ସମୟରେ ବିଶ୍ୱସ୍ତରରେ ପ୍ରଚଳିତ ଶ୍ରେଷ୍ଠ ବ୍ୟବସ୍ଥାକୁ ଧ୍ୟାନରେ ରଖାଯିବ । ତେବେ ଓଟିଟି ଏପରି ଆପ୍ ଓ ସେବାକୁ କୁହାଯାଏ, ଯାହାକି ଇଣ୍ଟରନେଟ୍ ମାଧ୍ୟମରେ ହାସଲ ହୋଇଥାଏ । ଏଥିସହ ଏହି ଆପ୍ଗୁଡ଼ିକ ଅନ୍ୟ ଇଣ୍ଟରନେଟ୍ ସେବା ପ୍ରଦାନକାରୀଙ୍କ କାନ୍ଧରେ ଚଲାଯାଇଥାଏ । ଏହି ଲୋକପ୍ରିୟ ଆପ୍ଗୁଡ଼ିକ ମଧ୍ୟରେ ହ୍ୱାଟ୍ସଆପ୍, ଭାଇବର, ହାଇକ୍ ଓ ସ୍କାଇପ୍ ପରି ସେବାଗୁଡ଼ିକ ଏହି ଶ୍ରେଣୀ ଭୁକ୍ତ । ତେବେ ଟ୍ରାଇ ଏହି ପ୍ରସଙ୍ଗରେ ଖୋଲାଖୋଲି ଚର୍ଚ୍ଚା କରୁଛି । ଏଥିପାଇଁ ବୁଧବାର ବେଙ୍ଗାଲୁର ଠାରେ ଏକ କାର୍ଯ୍ୟକ୍ରମ ଆୟୋଜିତ କରାଯାଇଛି । ପ୍ରକାଶ ଯେ ଟ୍ରାଇ ଗତ ବର୍ଷ ଓଟିଟି ସେବା ସମ୍ବନ୍ଧରେ ଏକ ପରିଚର୍ଚ୍ଚା ପତ୍ର ଜାରି କରିଥିଲେ । ବର୍ତ୍ତମାନ ଏପରି ସେବାଗୁଡ଼ିକର ଯାଞ୍ଚ ପ୍ରକ୍ରିୟା ବୃଦ୍ଧି ହୋଇଛି । ସରକାର ମଧ୍ୟ ସୂଚନା ପ୍ରଦ୍ୟୋଗିକ ସମ୍ବନ୍ଧିତ ନିୟମର ସମୀକ୍ଷା କରୁଛନ୍ତି ।
ନୂଆ ଟାରିଫ୍ ପ୍ଲାନ୍ ପାଳନରେ ଅବହେଳା