ଟ୍ରାକ୍ଟରକୁ ଧକ୍କା ଦେଲା ବେଦାନ୍ତ ମାଲବାହି ଟ୍ରେନ ଅଳ୍ପକେ ବର୍ତିଲେ ଡ୍ରାଇଭର ଓଭର ବ୍ରିଜ ନିର୍ମାଣ ହେବ କେବେ
କଳାହାଣ୍ଡି,(ଚିତ୍ତରଞ୍ଜନ ବିଷି ):କଳାହାଣ୍ଡି ଜିଲ୍ଲା ଲାଞ୍ଜିଗଡ ବ୍ଲକ ବେଦାନ୍ତ ରେଳ ଲାଇନ ରେ ବେଦାନ୍ତ କମ୍ପାନୀ ର ବକ୍ସାଇଟ ପାଉଡର ବୋଝେଇ ମାଲବାହି ଟ୍ରେନ ଦୁର୍ଘଟଣା ରେ ଦିନକୁ ଦିନ ଦୁର୍ଘଟଣା ବୃଦ୍ଧି ପାଉଥିବାବେଳେ ଏହି ଦୁର୍ଘଟଣା ରେ ଅନେକ ଲୋକଙ୍କ ଜୀବନ ଯାଇଛି, ଆଉ କିଏ ପଙ୍ଗୁ ହୋଇ ଘରେ ବସିଛି. ଏହିଭଳି ଏକ ମର୍ମନ୍ତୁଦ ଦୁର୍ଘଟଣା ଘଟିଛି ଲାଞ୍ଜିଗଡ ଥାନା ଅନ୍ତର୍ଗତ ଯୋଡ଼ାବନ୍ଦ ରୁ ଗୋପୀନାଥ ପୁର କୁ ସଂଯୋଗ କରୁଥିବା ରେଲୱେ କ୍ରସିଂଙ୍ଗ ରେ. ସୂଚନା ଅନୁସାରେ ଆଜି ସକାଳୁ ଗୋପୀନାଥପୁର ଗାଁର କ୍ଷେତ୍ର ପ୍ରଧାନୀ ଙ୍କ ଟ୍ରାକ୍ଟର ଧନ ଆଣିବାପାଇଁ ଚମ୍ପାଦେଇପୁର କୁ ଆସୁଥିବା ସମୟରେ ରେଲୱେ କ୍ରସିଂଙ୍ଗ ରେ ହଟାତ ବେଦାନ୍ତ କମ୍ପାନୀ ର ମାଳବାହି ଟ୍ରେନ ଟ୍ରାକ୍ଟର କୁ ଧକ୍କା ଦେଇଥିଲା,ଗାଡି ଡ୍ରାଇଭର 20 ଫୁଟ ଦୁରକୁ ଛିଟିକି ପଡ଼ିଥିଲେ ହେଲେ ଅଳ୍ପକେ ବର୍ତ୍ତିଯାଇଥିଲେ. ଘଟଣା ସ୍ଥଳକୁ ରେଲୱେ ପୁଲିସ ଆସି ତଦନ୍ତ କରିଥିବା ଜଣାପଡିଛି. ଦୀର୍ଘ 14 ବର୍ଷ ହେଲା ଏହି କ୍ରସିଂଙ୍ଗ ରେ ଓଭର ବ୍ରିଜ ନିର୍ମାଣ କରିବାପାଇଁ ଅଞ୍ଚଳବାସୀ ବେଦାନ୍ତ କର୍ତ୍ତୃପକ୍ଷ ଙ୍କୁ ଦାବି କରିଛନ୍ତି, ଅନେକ ଥର ମାଳବାହି ଟ୍ରେନ କୁ ଅଟକାଇ ଧାରଣା ଦେଇଛନ୍ତି. ଏମିତି କି ଜିଲ୍ଲାପାଳ ଙ୍କ ଅଭିଯୋଗ ଶୁଣାଣିରେ ମଧ୍ୟ ବାରମ୍ବାର ଅଭିଯୋଗ କରିଛନ୍ତି ହେଲେ କେହି ମଧ୍ୟ ଦୃଷ୍ଟି ଦେଉନାହାନ୍ତି. ଦେଖ ଶୁଣ ଚୂପ ରୁହ ନୀତି ଅବଲମ୍ବନ କରୁଛନ୍ତି ଜିଲ୍ଲା ପ୍ରଶାସନ ଓ ବେଦାନ୍ତ କର୍ତ୍ତୃପକ୍ଷ. ଏପଟେ ଗୋଟିଏ ପରେ ଦୁର୍ଘଟଣା ଘଟିଚାଲିଛି ହେଲେ କାହାର ଫିକର ନାହିଁ.ଏପଟେ ଦୁର୍ଘଟଣା ପରେ ଅଞ୍ଚଳବାସୀ ଙ୍କ ମଧ୍ୟରେ ଅସନ୍ତୋଷ ର ବାତାବରଣ ସୃଷ୍ଟି ହୋଇଛି. ଯେହେତୁ ପ୍ରତିଦିନ ଅନେକ ସ୍କୁଲ, କଲେଜ ଛାତ୍ର ଛାତ୍ରୀ ଯିବା ଆସିବା କରୁଛନ୍ତି ଏହି କ୍ରସିଂଙ୍ଗ ରେ ଫାଟକ ମଧ୍ୟ ନାହିଁ ସେତିପାଇଁ ସଦାବେଳେ ଭୟର ବାତାବରଣ ଦେଖାଦେଉଛି. ଏପଟେ ଘଟଣା ସ୍ଥଳକୁ ବେଦାନ୍ତ କର୍ମଚାରୀ ଆସି ଲୋକଙ୍କ ସହ ଆଲୋଚନା କରୁଥିବାବେଳେ ଲୋକେ କ୍ଷ୍ୟତି ପୂରଣ ଦାବି କରିବାସହ ଓଭର ବ୍ରିଜ ଯଥାଶୀଘ୍ର ନିର୍ମାଣ କରିବାପାଇଁ ଦାବି ରଖିଛନ୍ତି ହେଲେ ସୂଚନା ଥାଉ କି ଯେତେବେଳେ ଦୁର୍ଘଟଣା ହୁଏ ବେଦାନ୍ତ କର୍ତ୍ତୃପକ୍ଷ ଆସି କେବଳ ପ୍ରତିଶୃତି ଦେଇ ଚାଲିଯାନ୍ତି ହେଲେ ବର୍ଷ ପରେ ବର୍ଷ ବିତି ଯାଉଥିଲେ ହେଁ ଦେଇଥିବା ପ୍ରତିଶୃତି କୁ ପୂରଣ କରି ନାହାନ୍ତି, ହେଲେ ବର୍ତମାନ କେବେ ଓଭରବ୍ରିଜ ନିର୍ମାଣ ହେବ ତାହା ଦେଖିବାକୁ ବାକି ରହିଲା.