ଟ୍ରାକ୍ଟରରୁ ବ୍ୟାଟେରି ଚୋରୀ କରୁଥିବା ବେଳେ ଗ୍ରାମବାସୀଙ୍କ ଦ୍ୱାରା ଜଣଙ୍କୁ ଅଟକ

ହିଞ୍ଜିଳିକାଟୁ, (ଶେଷଦେବ ସାହୁ) : ଶନିବାର ରାତିରେ ହିଞ୍ଜିଳି ଥାନା ଆଡ଼ପଡ଼ା ଫାଣ୍ଡି ପେଣ୍ଡୁରାଲୁଣ୍ଡି ଛକ ନିକଟରେ କିଛି ଦୁବୃର୍ତ ଏକ ଟ୍ରାକ୍ଟରରୁ ବ୍ୟାଟେରି କରୁଥିବା ବେଳେ ଗ୍ରାମବାସୀ ଜଣକୁ କାବୁ କରି ହିଞ୍ଜିଳି ଥାନାରେ ଜିମା ଦେଇଛନ୍ତି । ପ୍ରକାଶ ଯେ, ଗତ କିଛି ଦିନ ଧରି ସଂପୃକ୍ତ ଅଂଚଳରେ ଛୋଟ ବଡ଼ ଚୋରୀ ହୋଇ ଆସୁଥିଲା । ପୁଲିସ ପକ୍ଷରୁ ଚୋରକୁ କାବୁ କରିବାରେ କୌଣସି ପଦକ୍ଷେପ ଗ୍ରହଣ କରାଯାଉନଥିବାରୁ ଏ ନେଇ ଗ୍ରାମବାସୀ ସଜାଗ ହୋଇ ଉଠିଥିଲେ । ଶନିବାର ରାତିରେ ଏକ କାର ଯୋଗେ ୪ଜଣ ଦୁବୃର୍ତ ଆସି ପେଣ୍ଡୁରାଲୁଣ୍ଡି ଛକ ନିକଟରେ ଥିବା କିଛି ଦୋକାନର ଚାବି ଭାଙ୍ଗି ଚୋରୀ କରି ନେଇଥିଲେ । ପରେ ରାସ୍ତା କଡ଼ରେ ଥିବା ଏକ ଟ୍ରାକ୍ଟରର ବ୍ୟାଟେରି ଚୋରୀ କରୁଥିବା ବେଳେ ଗ୍ରାମବାସୀ ଜାଣିପାରି ଦୁବୃର୍ତଙ୍କୁ କାବୁ କରିବାକୁ ଉଦ୍ୟମ କରିବା ବେଳେ କୌଶଳ କ୍ରମେ ୩ ଜଣ ଘଟଣା ସ୍ଥଳରୁ ଫେରାର ହୋଇଯାଇଥିବା ବେଳେ ଜଣଙ୍କୁ କାବୁ କରିବାରେ ସକ୍ଷମ ହୋଇଥିଲେ । ଘଟଣା ନେଇ ରବିବାର ସକାଳେ ହିଞ୍ଜିଳି ଥାନାକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି କାବୁ କରିଥିବା ବ୍ୟକ୍ତିଙ୍କୁ ପୁଲିସ ଥାନାକୁ ଆଣି ଅଟକ ରଖିଛି । ଅଟକ ଜଣକ ସଂପୃକ୍ତ ଅଂଚଳର ବିଭିନ୍ନ ଚୋରୀ ଘଟଣାରେ ସଂପୃକ୍ତ ଥିବା ଜଣାପଡ଼ିଛି । ଏ ନେଇ ତଦନ୍ତ ଚାଲିଥିବା ଥାନା ସୁତ୍ରରୁ ପ୍ରକାଶ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ