ଟ୍ରାକ୍ଟର ଓଲଟି ଡ୍ରାଇଭର ମୃତ
ରାଇରଙ୍ଗପୁର,(ଅକ୍ଷୟ କୁମାର ବିଶ୍ୱାଳ): ମୟୁରଭଞ୍ଜ ଜିଲ୍ଲା ରାଇରଙ୍ଗପୁର ଟାଉନ ଥାନା ଅନ୍ତର୍ଗତ ହଳଦା ଗାଁର ଚାକଧର ଠାରେ ରବିବାର ଦିନ ପାଖାପାଖି ୧୧ଟା ସମୟରେ ଏକ ଟ୍ରାକ୍ଟର ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି ପାଲଟି ହୋଇଯାଇଥିଲା । ଘଟଣା ସ୍ଥଳରେ ଟ୍ରାକ୍ଟର ତଳେ ଚାପି ହୋଇ ଡ୍ରାଇଭର ଭୀମସେନ ସୋରେନ (୩୦)ର ପ୍ରାଣବାୟୁ ଉଡି ଯାଇଥିଲା । ଖବର ପାଇ ଅଗ୍ନିଶମ ବିଭାଗ ମୃତକଙ୍କୁ ଉଦ୍ଧାର କରି ରାଇରଙ୍ଗପୁର ହସ୍ପିଟାଲରେ ଭର୍ତ୍ତି କରିଥିଲା । ଡାକ୍ତର ମୃତ ଘୋଷଣା କରିଥିଲେ । ପୋଲିସ ଟ୍ରାକ୍ଟର ଜବତ କରିବା ସହ ଅପମୃତ୍ୟୁ ମାମଲା ରୁଜୁ କରି ମୃତକଙ୍କୁ ପଞ୍ଚନାମା ବ୍ୟବସ୍ଥା କରାଇ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି । ସୂଚନାଯୋଗ୍ୟ ଏହି ଦୁଇ ମାସ ମଧ୍ୟରେ ଟ୍ରାକ୍ଟର ଦୁର୍ଘଟଣାରେ ହଳଦା,ପାତେପାଣି,ବାସିଙ୍ଗିରେ ବାଲି ଆଣିବାକୁ ଯାଇ ୩ଟି ମୁଣ୍ଡ ଗଡିଲା ବେଳେ ବହଳଦା ଅସନାରେ ଟ୍ରାକ୍ଟର ପଛୁଆ ଧକ୍କାରେ ଜଣେ ଶିଶୁର ମୃତ୍ୟୁ ଘଟିଯାଇଛି । ମୃତ ଡ୍ରାଇଭରର ଘର ରାଇରଙ୍ଗପୁର ବ୍ଲକର ହଳଦା ପଞ୍ଚାୟତର ଚମ୍ପରେଇ ଗ୍ରାମ ।