ଟ୍ରାକ୍ଟର ଚକାରେ ୫ ମାସ ଶିଶୁ କନ୍ୟା ମୃତ
ରାଇରଙ୍ଗପୁର (ଅକ୍ଷୟ କୁମାର ବିଶ୍ୱାଳ): ମହାମାରୀ ‘କରୋନା’ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର ଦିର୍ଘ ୪୦ ଦିନ ହେଲା ଲକ୍ ଡାଉନ୍ ଜାରି ରଖିଥିଲେ । ଲକ୍ ଡାଉନ୍ ଯୋଗୁଁ ଭୋକିଲା, ଦିନ ମଜୁରିଆ, ଶ୍ରମିକ ମାନଙ୍କ ଉପରେ ପ୍ରଭାବ ପଡ଼ିଲା । ତେଣୁ ସରକାର କିଛିଟା ଲକ୍ ଡାଉନ୍ କୋହଳ କରିଛନ୍ତି । ଚାଷକାମ , ନିର୍ମାଣ କାମ, କଳକାରଖାନା କାମ ପାଇଁ କିଛିଟା ସର୍ତ୍ତମୂଳକ ନିୟମ କରିଛନ୍ତି ।
ଏହି ନିୟମ ଅନୁସାରେ ଚାଷୀ ,ନିର୍ମାଣ ପାଇଁ ଲୋକ ସଜବାଜ ହୋଇ ସରକାରଙ୍କ ନିୟମକୁ ମାନି କାମ ଆରମ୍ଭ କରି ଦେଇଛନ୍ତି । ମୟୂରଭଂଜ ଜିଲ୍ଲାର ତିରିଂ ଥାନା ଅନ୍ତର୍ଗତ ବହଳଦା ବ୍ଲକର ଅସନା ପଞ୍ଚାୟତର ଭିତରଆମଦା ଗାଁରେ ଟ୍ରାକ୍ଟର ଚାପାରେ ଜଣେ ୫ମାସ ଶିଶୁ କନ୍ୟାର ମୃତ୍ୟୁ ଘଟିଛି । ପ୍ରକାଶ ଥାଉକି ବହଳଦା ବ୍ଲକର ଝରାଡିହି ଅଂଚଳର ଅଶ୍ରୁଘାଟି ଗାଁର ସିଦ ହେମ୍ବ୍ରମ ପରିବାର ତାଙ୍କର ଶଶୁର ଘର ଭିତର ଆମଦାନୀ ଗାଁ କୁ ଯାଇ ଲକ୍ ଡାଉନ୍ ପାଇଁ କିଛି ଦିନ ରହିଥିଲେ । ତାଙ୍କର ଶଶୁର ଘର ବାଡ଼ିରେ ଜଣେ ଦୁଇ ଦିନ ହେଲା ଟ୍ରାକ୍ଟର ରଖିଥିଲେ । ସୋମବାର ସକାଳୁ ସିଦ ହେମ୍ବ୍ରମର ସ୍ତ୍ରୀ ମାୟା ହେମ୍ବ୍ରମ ନିଜ ବାଡ଼ିରେ ଥିବା ଛୋଟ ଗାଡ଼ିରେ ଘରର ବାସନ ଓ ଲୂଗାପଟା ସେହି ଗାଡିଆରେ ସଫା କରିବା ପାଇଁ ଯାଇଥିଲେ ।ନିଜର ୫ମାସର କୁନି ଝିଅକୁ କିଛି ଦୂରରେ କନ୍ଥା ଓ କପଡ଼ାରେ ଶୋଇ ଦେଇଥିଲେ । ଟ୍ରାକ୍ଟର ସକାଳୁ ଆସି କାମ କରିବା ପାଇଁ ଟ୍ରାକ୍ଟରକୁ ଷ୍ଟାର୍ଟ କରି ପଛେଇ ପଛେଇ ନେଇ କାମ ସ୍ଥାନକୁ ବାହାରି ଥିଲା ।କିଛି ଦୂରରେ କନ୍ଥା ଓ ଲୁଗାପଟା ପଡ଼ିଥିଲା ଦେଖିଥିଲା । କିନ୍ତୁ ତାରି ଭିତରେ ଛୁଆଟି ଶୋଇଥିବା ଲକ୍ଷ୍ୟ କରି ନ ଥିଲା ଓ ଟ୍ରାକ୍ଟର ଚଲାଇ ଦେଇଥିଲା । ହଠାତ୍ ମା’ଲୁଗା ସଫା କରୁଥିବା ବେଳେ ପିଲାଟିର ମୁଣ୍ଡ ଟ୍ରାକ୍ଟର ଚକାତଳେ ଆସିଯାଇଥିଲା । ସଙ୍ଗେ ସଙ୍ଗେ ଆର୍ତ୍ତ ଚିତ୍କାର କଋରିଥିଲେ ।ପରେ ୧୦୮ ଆମ୍ବୁଲାନ୍ସରେ ରାଇରଙ୍ଗପୁର ହସ୍ପିଟାଲକୁ ଆଣିଥିଲେ । ଡ଼ାକ୍ତର ମୃତ ଘୋଷଣା କରିଥିଲେ । ଟ୍ରାକ୍ଟର ଡ୍ରାଇଭର ଦୁର୍ଘଟଣା ଘଟାଇଥିବା ଖସି ପଳାଇ ଯାଇଥିଲା ।ପରେ ପୋଲିସ ଘଟଣାସ୍ଥଳରେ ପହଂଚି ଟ୍ରାକ୍ଟର ଜବତ କରି ଘଟଣାର ତଦନ୍ତ କରୁଛନ୍ତି ।ପିଲାକୁ ହରାଇଥିବା ମା ‘ର କ୍ରନ୍ଦନରେ ଡାକ୍ତରଖାନା ଲୋକିରଣ୍ୟ ହୋଇ ପଡ଼ିଥିଲା ।ପରେ ପୋଲିସ ଶବ ବ୍ୟବଚ୍ଛେଦ କରାଇ ମୃତକ ପରିବାର ବର୍ଗଙ୍କୁ ହସ୍ତାନ୍ତର କରିଛି ଓ ମାମଲା ରୁଜୁ କରିଛି ।


