ଟ୍ରାକ୍ଟର ଚାପ ରେ ଜଣେ ମୃତ
କଳାହାଣ୍ଡି, (ଓ୍ବାଇଏନ୍ଏସ୍): ଜିଲ୍ଲା କୋକସରା ବ୍ଲକ ମାଝିଗୁଡା -ଟେମେରା ରାସ୍ତା ନିକଟରେ ଜଣେ ଲୋକଙ୍କ ଟ୍ରାକ୍ଟର ଚାପ ରେ ମୃତ୍ୟୁ ଘଟିଛି।ସୂଚନା ଅନୁସାରେ ମାଝୀଗୁଡା ର ଡିସେମ୍ବର ପୁଞ୍ଜି ବୋଲି ଜଣାପଡିଛି।ହ୍ୟାଦ୍ରିଲ କରୁଥିବା ସମୟରେ ଚାପି ହୋଇଥିବା ଅନୁମାନ କରାଯାଏ। ତେବେ କୋକସରା ଗ୍ରାମର ମହେଶ ଗୁପ୍ତା ଙ୍କ ଟ୍ରାକ୍ଟର ବୋଲି ଜଣାପଡିଛି।ଘଟଣା ସ୍ଥଳ କୁ କୋକସରା ପୋଲିସ ପହଂଚି ତଦାରଖ କରୁଥିବା ଜଣାପଡେ।