ଟ୍ରାକ୍ଟର ଚୋରି ଅଭିଯୋଗରେ ୨ଅଭିଯୁକ୍ତ କୋର୍ଟ ଚାଲାଣ

ନାଉଗାଁ, (ଯୁଗାବ୍ଦ ନ୍ୟୁଜ):ଜଗତସିଂହପୁର ଜିଲ୍ଲା ନାଉଗାଁ ଥାନା ଅନ୍ତର୍ଗତ ଚକୁଳିପଡା ଗ୍ରାମରୁ ହୋଇଥିବା ଟ୍ରାକ୍ଟର ଚୋରି ଘଟଣାରେ ପୋଲିସ ୨ଜଣ ଅଭିଯୁକ୍ତଙ୍କୁ ଗିରଫ କରି ମଙ୍ଗଳବାର କୋର୍ଟ ଚାଲାଣ କରାଯାଇଥିବା ଥାନାଧିକାରୀ ସଂଘମିତ୍ରା ନାୟକ ସୂଚନା ଦେଇଛନ୍ତି । ୨ଜଣ ଅଭିଯୁକ୍ତ ହେଲେ ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ଅଂଚଳର ସିଦ୍ଧାନ୍ତ ବେହେରା ଓ ନାଉଗାଁ ଥାନା ଅନ୍ତର୍ଗତ ଚକୁଳିପଡା ଗ୍ରାମର ରାକେଶ ଦାସ ଓରଫ ମଂଟୁ । ଟ୍ରାକ୍ଟରଟିକୁ ବୋଲଗଡ ଅଂଚଳରୁ ଉଦ୍ଧାର କରାଯାଇଛି । ସୂଚନାଯୋଗ୍ୟ ଯେ ଗତ ଜୁଲାଇ ୨୪ରେ ରାତ୍ରରେ ଚକୁଳିପଡା ଗ୍ରାମର ରଶ୍ମୀକାନ୍ତ ରାୟଙ୍କ ଘର ନିକଟରେ ଥିବା ନିଳ ରଙ୍ଗର ଟ୍ରାକ୍ଟର ଚୋରି ଯାଇଥିଲା । ଏହାକୁ ନେଇ ଗତ ଜୁଲାଇ ୨୫ରେ ଶ୍ରୀ ରାୟ ଥାନାରେ ଲିଖିତ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତିକରି ଥାନା ପକ୍ଷରୁ ୧୮୬/୨୩ ରେ ମାମଲା ରୁଜୁ କରାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ