ଟ୍ରାକ୍ଟର ଧକ୍କାରେ ଆଇଟିଆଇ ଛାତ୍ରୀଙ୍କ ମୃତ

ଛତ୍ରପୁର,(ଯୁଗାବ୍ଦ ନ୍ୟୁଜ ): ଗଂଜାମ ଜିଲ୍ଲାପ୍ରଶାସନ ପକ୍ଷରୁ ସଡକ ସୁରକ୍ଷା କମିଟି ବୈଠକରେ ବହୁବାର ଜିଲ୍ଲାରେ ଦୁର୍ଘଟଣା ରୋକିବା ନିମନ୍ତେ ବହୁ ଆଇନ ପ୍ରଣୟନ କରିବା ସହ ଗାଡି ଚାଳକ ମାନେ ନୀୟନ୍ତ୍ରଣ ଏବଂ ପିଲାମାନଙ୍କ ସ୍କୁଲ ଯିବାଆସିବା ସମୟରେ ରାସ୍ତାରେ ଟ୍ରାକ୍ଟର ଓ ଟ୍ରକ ଚଳାଇବା ବାରଣ କରିଥିବା ବେଳେ ଏହାକୁ ଖୋଲାଖୋଲି ଉଲ୍ଲଘନ କରୁଛନ୍ତି ଅଧିକାଂଶ ଗାଡି ଚାଳକ ଯାହାଫଳରେ ବହୁ ବାର ସ୍କୁଲ ବା କଲେଜ ଛାତ୍ରଛାତ୍ରୀଙ୍କ ରାସ୍ତା ଦୁର୍ଘଟଣାରେ ମୃତ୍ୟୁ ଘଟୁଛି । ଏହା ଖୋଦ୍ ଆଜି ଜିଲ୍ଲାର ସଦରମହକୁମା ଛତ୍ରପୁର ଥାନା ଅନ୍ତର୍ଗତ ଚିକଲଖଣ୍ଡି ଠାରୁ ଝରପୋଖରୀ ରାସ୍ତାରେ ଦେଖିବାକୁ ମିଳିଥିଲ।। ଏକ ଟ୍ରାକ୍ଟର ଧକ୍କାରେ ଜଣେ ଆଇଟିଆଇ ଛାତ୍ରୀଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଝରପୋଖରୀ ଗ୍ରାମର ଛତ୍ରପୁର ସରକାରୀ ଆଇଟିଆଇ ରେ ଇଲେକ୍ଟ୍ରିକାଲ ବିଭାଗରେ ପାଠ ପଢୁଥିବା ସୁରଭୀ ଦାସ (୧୭) ନାମକ ଛାତ୍ରୀ ନିଜ ଘରୁ ଏକ ସାଇକେଲ ଯୋଗେ ଛତ୍ରପୁର ସ୍ଥିତ ସରକାରୀ ଆଇଟିଆଇ ଆସୁଥିବା ବେଳେ ଝରପୋଖରୀ ପଥର କୂଆଁରୀ ନିକଟ ରାସ୍ତାରେ ଓଡି୦୭ଜେ୩୩୯୭ ନଂ ଏକ ଖାଲି ଟ୍ରାକ୍ଟର ଆଇଟିଆଇ ଛାତ୍ରୀଙ୍କ ସାଇକେଲ କୁ ଧକ୍କା ଦେଇଥିଲା । ଯାହାଫଳରେ ଛାତ୍ରୀ ଜଣକ ତଳେ ପଡିଯାଇଥିଲେ । ତାଙ୍କ ମୁଣ୍ଡରେ ପ୍ରବଳ ଆଘାତ ହୋଇଥିବାରୁ ରକ୍ତ ବାହାରି ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ଘଟିଥିଲା । ଏହା ଦେଖି ସେହି ବାଟଦେଇ ଝରପୋଖରୀ ଗ୍ରାମ କିଛି ଛାତ୍ର ଚିକଲଖଣ୍ଡି ସ୍କୁଲ ଯାଉଥିବା ବେଳେ ଟ୍ରାକ୍ଟର ଟି ଧକ୍କା ମାରି ପଳାଇଯାଉଥିବାରୁ ଗ୍ରାମର ଜଣେ ଛାତ୍ର ସାଇକେଲ ଯୋଗେ ଟ୍ରାକ୍ଟର ଟି କୁଆଡେ ଗଲା ଟ୍ରାକ୍ଟର ପଛରେ ଗୋଡାଇଥିଲା । ଟ୍ରାକ୍ଟର ଡ୍ରାଇଭର ଚିକଲଖଣ୍ଡି ଗ୍ରାମ ପାଖ ଏକ ଖଳାରେ ଟ୍ରାକ୍ଟର ଟିକୁ ଲୁଚାଇ କୁଆଡେ ଚାଲିଯାଇଥିଲ।। ଏସବୁ ଗୋଡାଉଥିବା ସ୍କୁଲ ଛାତ୍ର ଜଣକ ଦେଖି ଦୁର୍ଘଟଣା ସ୍ଥାନରେ ଥିବା ମୃତଙ୍କ ପରିବାର ଲୋକ ଏବଂ ଗ୍ରାମବାସୀଙ୍କୁ ଜଣାଇଥିଲେ । ଘଟଣାସ୍ଥଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଥିଲା । ଘଟଣାର ଖବର ପାଇ ଛତ୍ରପୁର ଥାନା ଅଧିକାରୀ ପ୍ରିୟସ୍ ରଂଜନ ଛୋଟରାୟ ଏବଂ ଚିକଲଖଣ୍ଡି ପଞ୍ଚାୟତର ସରପଞ୍ଚଙ୍କ ସ୍ୱାମୀ ତଥା ପୂର୍ବତନ ସରପଞ୍ଚ ଡି.ରାମସ୍ୱାମୀ ରେଡ୍ଡୀ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲେ । ଏହାପରେ ପୁଲିସ ମୃତଦେହକୁ ଜବତ କରିବାସହ ବ୍ୟବଚ୍ଛେଦ ନିମନ୍ତେ ଛତ୍ରପୁର ମେଡିକାଲକୁ ଏକ ଗାଡି ଯୋଗେ ପଠାଇଥିଲେ । ମେଡିକାଲରେ ମୃତ ପରିବାରଙ୍କୁ ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ରେଡ୍ଡୀ ଭେଟି ଘଟଣାର ଦୁଃଖ ପ୍ରକାଶ କରିଥିଲେ । ପରେ ଛତ୍ରପୁର ଥାନାରେ ଟ୍ରାକ୍ଟର ଚାଳକଙ୍କୁ ଗିରଫ ଦାବିରେ ମୃତ ଛାତ୍ରୀଙ୍କ ପରିବାର ଏବଂ ଗ୍ରାମବାସୀ ବସିରହିଥିଲେ । ଛତ୍ରପୁର ପୁଲିସ ପକ୍ଷରୁ ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟର ଟିକୁ ଜବତ କରିବା ସହ ଘଟଣାର ତଦନ୍ତ ଚଲାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ