ଟ୍ରାକ୍ଟର ଧକ୍କାରେ ସ୍କୁଟି ଚାଳକଙ୍କ ମୃତ
ଛତ୍ରପୁର, (ଦେବଦତ୍ତ ମହାରଣା) :ଚମାଖଣ୍ଡି ଥାନା ଅନ୍ତର୍ଗତ କଣମଣା ବାତ୍ୟା ଆଶ୍ରୟସ୍ଥଳୀ ସମ୍ମୁଖରେ ଛତ୍ରପୁର-ଗୋପାଳପୁର ପୋର୍ଟ ରାସ୍ତାରେ ଏକ ମଟୋଲ ବୋଝେଇ ଟ୍ରାକ୍ଟର ଧକ୍କାରେ ଜଣେ ସ୍କୁଟି ଚାଳକଙ୍କ ମୃତ୍ୟୁ ଘଟିଛି । ମୃତ ସ୍କୁଟି ଚାଳକ ଜଣକ ଭଞ୍ଜନଗର ଅଳର ତଥା ଗୋପାଳପୁର ପୋର୍ଟର ସୁରକ୍ଷା କର୍ମୀ ଦୁତିକୃଷ୍ଣ ଦାସ ବୋଲି ଜଣାପଡିଛି । ସେ ଆଜି ଅପରାହ୍ନରେ ଓଡି୦୭ଏଏ-୨୯୯୦ ନମ୍ବର ଏକ ସ୍କୁଟି ଗାଡିରେ ଡ୍ୟୁଟି କରିବା ପାଇଁ ଯାଉଥିବା ବେଳେ ଛତ୍ରପୁର ଆଢକୁ ଓଡି୦୭ଏସ୍-୬୭୯୮ ନମ୍ବର ଏକ ମେଟାଲ ବୋଝେଇ ଟ୍ରାକ୍ଟର ଧକ୍କା ଦେଇଥିଲା । ଫଳରେ ଦୁତିକୃଷ୍ଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଲୋକେ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସରେ ଛତ୍ରପୁର ଉପଖଣ୍ଡ ଡାକ୍ତରଖାନାରେ ର୍ଭି କରିଥିଲେ । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଦୁତିକୃଷ୍ଣଙ୍କ ମୃତ୍ୟୁ ହୋଇଥିଲା । ସୂଚନା ପାଇ ଚମାଖଣ୍ଡି ପୁଲିସ ଘଟଣା ସ୍ଥଳେ ପହି ଦୁର୍ଘଟଣା ଘଟାଇଥିବା ଟ୍ରାକ୍ଟରକୁ ଜବତ କରି ତଦନ୍ତ ଚଳାଇଛନ୍ତି । ମୃତ ଦୁତିକୃଷ୍ଣ କଣମଣା ଓଡିଆରପି କଲୋନୀରେ ଭଡା ଘରେ ରହୁଥିଲେ ।


