ଟ୍ରାକ୍ଟର ଧକ୍କା ରେ ବାଇକ ଚାଳକ ମୃତ 

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ହରିଣା ଗ୍ରାମ ନିକଟରେ ଏକ ମୋଟର ସାଇକେଲ କୁ ଗୋଟାଏ ଟ୍ରାକର ଧକ୍କା ଦେବା ଫଳରେବାଇକ ଚାଳକ ଙ୍କ ମୃତ ହୋଇଛି l ମୃତକ ଜଣଙ୍କ ହେଲେ ପୋଡାମାରି ଗ୍ରାମର କୃଷ୍ଣ ଗୌଡ଼ l ସୂଚନା ପ୍ରକାରେ ମଙ୍ଗଳବାର ମୋଟର ସାଇକେଲ ଚାଳକ ପଳାସପୁର ଗ୍ରାମ ରୁ ଡେଙ୍ଗାଓସ୍ତା ଯାଉଥିବା ବେଳେ ଡେଙ୍ଗାଓସ୍ତା ରୁ ପଳାସପୁର କୁ ଆସୁଥିବା ଏକ ଟ୍ରାକ୍ଟର ହରିଣା ଗ୍ରାମ ନିକଟରେ ଧକ୍କା ଦେଇଥିଲା l ସ୍ଥାନୀୟ ଲୋକେ ଆହତ କୃଷ୍ଣ କୁ ଉଦ୍ଧାର କରି ଦିଗପହଣ୍ଡି ଡାକ୍ତରଖାନା ରେ ଭର୍ତ୍ତି କରିଥିଲେ l ସେଠାକାର ଡାକ୍ତର କୃଷ୍ଣ କୁ ମୃତ ଘୋଷଣା କରିଥିଲେ l ଖବର ପାଇ ପାଟପୁର ପୋଲିସ ପହଂଚି ଦୁର୍ଘଟଣା ଗ୍ରସ୍ତ ଗାଡିକୁ ଜବତ କରିବା ସହ ମୃତ ଦେହ କୁ ଜବତ କରି ଶବ ବ୍ୟବଛେଦ ନିମନ୍ତେ ବ୍ରହ୍ମପୁର ଡାକ୍ତରଖାନାକୁ ପଠାଇଥିବା ଜଣାପଡିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ