ଟ୍ରାକ୍ଟର ଧକ୍କା ରେ ଯୁବକ ମୃତ ପାଟପୁର ଥାନା ରେ ଏତଲା
ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଏସ ଗୋପାଳପୁର ପଞ୍ଚାୟତର ସୁନାରିପଲ୍ଲି ଗ୍ରାମରେ ଜଣେ ବ୍ୟକ୍ତି ଙ୍କ ଟ୍ରାକ୍ଟର ଧକ୍କାରେ ମୃତ୍ରୂ ହୋଇଥବା ଜଣାପଡ଼ିଛି। ମୃତ ଜଣକ ହେଲେ ପୁରୁଣାଗଡ ଗ୍ରାମର ଗଙ୍ଗା ସେଠୀ ଙ୍କ ପୁତ୍ର ଗାଣ୍ଡୁ ସେଠୀ (୩୫) ବୋଲି ଜଣାପଡ଼ିଛି।ଖବର ପ୍ରକାରେ ବୁଧୁବାର ବିଳମ୍ୱିତ ରାତିରେ ସୁନାରିପଲ୍ଲି ଗ୍ରାମରୁ ଗାଣ୍ଡୁ ସେଠୀ ନିଜ ଗାଁ ପୂରୁଣାଗଡ ଫେରୁଥିବା ବେଳେ ବିପରୀତ ଦିଗରୁ ଟ୍ରାକ୍ଟର ସହ ଧକ୍କା ହୋଇଥିଲା।ସ୍ଥାନୀୟ ଲୋକେ ଆମ୍ବୁଲାନ୍ସ ଯୋଗେ ଶେରଗଡ଼ ସ୍ଵାସ୍ଥ୍ୟ କେନ୍ଦ୍ର ରେ ଭର୍ତି କରିଥିଲେ। ଗୁରୁତର ଯୋଗୁଁ ଚିକିତ୍ସା ପାଇଁ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଥିବା ବେଳେ ସେଠାରେ ଉପସ୍ଥିତ ଡ଼ାକ୍ତର ମୃତ ଘୋଷଣା କରିଥିଲେ। ଖବର ପାଇବା ପରେ ପାଟପୁର ପୋଲିସ ଶଵ ବ୍ୟବଚ୍ଛେଦ ପାଇଁ ପଠାଯାଇଥିବା ବେଳେ ମୃତ ଙ୍କ ବଡବାପା ବିଶୁ ସେଠୀ ଙ୍କ ପାଟପୁର ଥାନା ରେ ଏତଲା ଦେଇଛନ୍ତି। ଏତଲା ପ୍ରକାରେ ୩୯୫/୨୩ ମାମଲା ରୁଜୁ କରି ତଦନ୍ତ ଚାଲିଥିବା ସୂଚନା ଦେଇଛନ୍ତି।


