ଟ୍ରାକ୍ଟର ଧାକ୍କାରେ ଅଷ୍ଟମ ଶ୍ରେଣୀ ଛାତ୍ରଙ୍କ ଗୋଡ ଭାଙ୍ଗିଲା

ବୁଗୁଡା (ଅନିଲ ମହାରଣା): ବୁଗୁଡା ଥାନା ଅନ୍ତର୍ଗତ ବୁଦ୍ଧଖୋଲ ରାସ୍ତାର କତକଲା ନିକଟ ବାଘୁଆ କେନାଲ ନିକଟରେ ଦୁଇଜଣ ଛାତ୍ର ସାଇକେଲ ରେ କତକଲା ଫେରୁଥିବା ବେଳେ ଏକ ଟ୍ରାକ୍ଟର ପଛରୁ ଧକ୍କା ଦେବା ଯୋଗୁଁ ଜଣେ ଛାତ୍ରଙ୍କ ବାମ ଗୋଡ଼ ହାଡ଼ ଭାଙ୍ଗିଥିବା ବେଳେ ଅନ୍ୟଜଣେ ସାମାନ୍ୟ ଆହତ ହୋଇଛନ୍ତି। ଘଟଣାରୁ ଜଣା ପଡ଼ିଛି ଯେ ଅଷ୍ଟମ ଶ୍ରେଣୀରେ ପଢ଼ୁଥିବା କତକଲା ଗ୍ରାମର ପୁର୍ଣ୍ଣେନ୍ଦୁ ବିଷୋୟୀ ଓ ତାଙ୍କର ଜଣେ ସାଙ୍ଗ ସାଇକେଲରେ ବୁଗୁଡାରୁ ନିଜଗ୍ରାମ କତକଲା ଫେରୁଥିଲେ। ନିଜ ଗ୍ରାମ ଠାରୁ ଅଳ୍ପ ଦୂରରେ ବାଘୁଆ କେନାଲ ନିକଟରେ ପଛରୁ ଧକ୍କା ଦେଇଥିଲା। ଫଳରେ ଟ୍ରାକ୍ଟର ଚକା ମାଡି ସାଇକେଲ ଭାଙ୍ଗି ଯାଇଥିବା ବେଳେ ପୁର୍ଣ୍ଣେନ୍ଦୁଙ୍କ ବାମ ଗୋଡ ଭାଙ୍ଗି ଯାଇଛି। ପୁର୍ଣ୍ଣେନ୍ଦୁଙ୍କୁ ବୁଗୁଡା ମେଡ଼ିକାଲ ନେଇଥିବା ବେଳେ ପ୍ରାଥମିକ ଚିକିତ୍ସା ପରେ ସ୍ଥାନାନ୍ତର କରାଯାଇଛି। ଟ୍ରାକ୍ଟର ଡ୍ରାଇଭର କତକଲା ଗ୍ରାମର ମିଥୁନ ନାୟକ ବୋଲି ଜଣାପଡିଛି।ପାଠ ଲେଖିବା ସୁଦ୍ଧା ଥାନାରେ ମାମଲା ରୁଜ୍ଜୁ ହୋଇନଥିବା ଜଣାପଡ଼ିଛି।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ