ଟ୍ରାକ୍ଟର ସହ ବାଇକ୍ ମୁହାଁମୁହିଁ ଧକ୍କା; ଜଣେ ମୃତ, ୨ ଗୁରୁତର
ହିଞ୍ଜିଳିକାଟୁ,(ଶେେଦେବ ସାହୁ): ହିଞ୍ଜିଳି ଥାନା ଗଣ୍ଡଳା ଛକ ନିକଟରେ ଗୁରୁବାର ରାତି ପ୍ରାୟ ୯ଟାରେ ଟ୍ରାକ୍ଟର(ଓଡ଼ି୦୭ଏଲ ୨୩୭୮) ସହ ବାଇକ୍(ଓଆର୦୭ଜେଡ଼୍ ୬୪୬୪)ର ମୁହାଁମୁହିଁ ଧକ୍କା ଘଟିବାରୁ ବାଇକ ଚାଳକଙ୍କ ମୃତ୍ୟୁ ଘଟିଥିବା ବେଳେ ଅନ୍ୟ ୨ଜଣ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ସ୍ଥାନୀୟ ଥାନା ଗଣ୍ଡଳା ଗ୍ରାମର ଶିବରାମ ବେହେରା(୨୦) ଓ ଆହତ ମାନେ ହେଲେ ସଂପୃକ୍ତ ଗ୍ରାମର ଆଶିଷ ସାହୁ ଓ ରୁପେଶ ପଣ୍ଡା ।ପ୍ରକାଶ ଯେ, ଗୁରୁବାର ରାତି ପ୍ରାୟ ସାଢେ ୯ଟାରେ ଗଣ୍ଡଳାରୁ ଶିକୁଳିପଲ୍ଲୀ ଅଭିମୂଖେ ଯାଉଥିବା ଟ୍ରାକ୍ଟର ସହ ବିପରୀତ ଦିଗରେ ଆସୁଥିବା ବାଇକ ସହ ମୁହାଁମୁହିଁ ଧକ୍କା ଘଟିଥିଲା । ଦୂର୍ଘଟଣାରେ ବାଇକରେ ଯାତ୍ରା କରୁଥିବା ୩ ଜଣ ଗୁରୁତର ଆହତ ହୋଇଥିଲେ । ସ୍ଥାନୀୟ ଗ୍ରାମବାସୀ ଆହତଙ୍କୁ ଉଦ୍ଧାର କରି ଚିକିତ୍ସା ସକାଶେ ବ୍ରହ୍ମପୁର ବଡ଼ ମେଡ଼ିକାଲରେ ଭର୍ତି କରିଥିଲେ । ଡ଼ାକ୍ତରଖାନାକୁ ନେବା ବାଟରେ ଶିବରାମଙ୍କ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଖବର ପାଇ ପୁଲିସ ଘଟଣା ସ୍ଥଳରେ ପଂହଚି ଉଭୟ ଗାଡ଼ିକୁ ଜବତ କରି ଘଟଣାର ତଦନ୍ତ ଚଳାଇଛି ।