ଟ୍ରାକ୍ଟର ସହ ବାଇକ ଧକ୍କା, ବେକରେ ଗଳି ରହିଲା ବାଉଁଶ
ହାଟଡ଼ିହି, : ରାସ୍ତାରେ ଠିଆ ହୋଇଥିବା ଏକ ବାଉଁଶ ବୋଝେଇ ଟ୍ରାକ୍ଟର ସହିତ ଏକ ବାଇକର ଧକ୍କା ହେବାରୁ ବାଇକ ଚାଳକଙ୍କ ବେକରେ ବାଉଁଶଟିଏ ଗଳି ଯାଇଥିଲା । ଖବରପାଇ ହାଟଡିହି ଦମକଳ କେନ୍ଦ୍ରର କର୍ମଚାରୀ ମାନେ ଘଟଣାସ୍ଥଳରେ ପହଞ୍ି ବଉଁଶଟିକୁ କାଟି ତୁରନ୍ତ ଆନନ୍ଦପୁର ଡାକ୍ତରଖାନାକୁ ନେଇ ଯାଇଥିଲେ । ତାଙ୍କ ଅବସ୍ଥା ଶଙ୍କଟାପର୍ଣ୍ଣ ଥିବାରୁ ତାଙ୍କୁ କଟକ ସ୍ଥାନାନ୍ତର କରାଯାଇଛି । ବାଇକ ଆରୋହୀଙ୍କ ଘର ଜାମୁ ବାହାଳି ଗ୍ରାମରେ ଓ ତାଙ୍କ ନାମ ସାନୁ ତିରିଆ(୪୦) ବୋଲି ଜଣାଯାଇଛି । ସେ ନିଜ ସମ୍ପର୍କୀୟଙ୍କ ଘର ବଉଳା ଅଞ୍ଚଳକୁ ଆସି ଘରକୁ ଫେରୁଥିବାବେଳେ ଏହି ଦୁର୍ଘଟଣା ଘଟି