ଟ୍ରାକ୍ଟର ସହ ବିପୁଳ ପରିମାଣର ପିଆଶାଳ କାଠ ଜବତ : ୨ ଗିରଫ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ମୋହନା ବ୍ଲକ ଅଞ୍ଚଳରେ ଦିନ କୁ ଦିନ କୋଠ ମାଫିଆ ଚୋରା ଚାଲାଣ ବେକେ ଘାଟିରେ ଓଲଟିଲା କାଠ ବୋଝେଇ ଟ୍ରାକ୍ଟର । ବିଳମ୍ବିତ ରାତିରେ ପିଆଶାଳ କାଠ ଚୋରା ଚାଲାଣ ବେଳେ ଗଜପତି ଜିଲ୍ଲା ଅଡ଼ବା ଥାନା ପାହାଡିମା ଘାଟିରେ ଟ୍ରାକ୍ଟରଟି ଦୁର୍ଘଟଣା ହୋଇଥିଲା । ଦୁର୍ଘ-ଟଣା ରେ ଜଣେ ଆହତ ହୋଇଛି । ଖବର ପାଇ ମୋହନା ବନ ବିଭାଗ ଘଟଣା ସ୍ଥଳରେ ପହଞ୍ଚି କାଠ ସହ ଟ୍ରାକ୍ଟର ଜବତ କରିଥିବା ବେଳେ ୨ ଚାଲାଣ କାରୀଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତମାନେ ହେଲେ, କଟାମା ଗ୍ରାମର ଗାଡି ଚାଳକ ସୁଧାକର ବେହେରା ଓ ପଣସଡିହ ଗ୍ରାମର ଦିବାକର ବେହେରଦଳାଇ । ଜବତ କାଠର ଆନୁମାନିକ ମୂଲ୍ୟ ପ୍ରାୟ ଦେଢ଼ ଲକ୍ଷ ଟଙ୍କା ହେବ ବୋଲି ବିଭାଗୀୟ ସୂତ୍ରରୁ ପ୍ରକାଶ । ଅଭିଯୁକ୍ତ ଦୁହେଁ ଅଡବା ଅଞ୍ଚଳରୁ ଟ୍ରାକ୍ଟରରେ ପିଆଶାଳ ସାଇଜ କାଠ ଲୋଡ଼ କରି ଗଂଜାମ ଜିଲ୍ଲା ଅଭିମୁଖେ ଚାଲାଣ କରୁଥିବା ତଦନ୍ତରୁ ଜଣା ପଡ଼ିଥିବା ବେଳେ ଘଟଣା ସ୍ଥଳରୁ ଅଭିଯୁକ୍ତର ଏକ ବାଇକ ମଧ୍ୟ ଜବତ ହୋଇଛି ।


