ଟ୍ରାକ୍ତର ଧକ୍କାରେ ଯୁବକଙ୍କ ମୃତୁ

ସାନଖେମୁଣ୍ଡି, (ପଦ୍ମଲୋଚନ ପାଣିଗ୍ରାହୀ):ପାଟପୁର ଥାନା ଅନ୍ତର୍ଗତ ଜୀଉରା ରାସ୍ତା ରେ ଶନିବାର ଏକ ଟ୍ରାକ୍ଟର ଧକ୍କା ରେ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି l ସେ ହେଲେ ଶେରଗଡ଼ ଥାନା ଆମ୍ବୁଆବାଡ଼ି ଗ୍ରାମର ସୁଗ୍ରୀବ ନାୟକ (୨୨) l ସୁଗ୍ରୀବ ନିଜ ମୋଟର ସାଇକେଲ( OR07J2238) ରେ ଜୀଉରା ଗ୍ରାମରୁ ନିଜ ଗ୍ରାମକୁ ଫେରୁଥିବା ବେଳେ ଜୀଉରା ଗ୍ରାମ ନିକଟରେ ଜୀଉରା ଗ୍ରାମ କୁ ଯାଉଥିବା ଗୋଟାଏ ଟ୍ରାକ୍ଟର ଗାଡି (OD07Y5404) ତାଙ୍କୁ ଧକ୍କା ଦେଇଥିଲା l ଯାହା ଫଳରେ ଘଟଣା ସ୍ଥଳରେ ବାଇକ ଆରୋହୀ ସୁଗ୍ରୀବ ଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି l ଖବର ପାଇ ପାଟପୁର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ମାମଲା ନଂ ୨୩୧/୨୦ ରୁଜୁ କରି ମୃତ୍ୟୁ ଦେହ ଜବତ କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାକୁ ପଠାଯାଇଛି l ଦୁର୍ଘଟଣାଗ୍ରସ୍ତ ଟ୍ରାକ୍ଟର ଓ ମୋଟରସାଇକେଲ କୁ ପୋଲିସ ଜବତ କରିଛି l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ