ଟ୍ରାନ୍ସପୋର୍ଟ ପେଟିରୁ ନାଗ ସାପ ଉଦ୍ଧାର

ରାଇରଙ୍ଗପୁର ,(ଯୁଗାବ୍ଦ ନ୍ୟୁଜ୍) : ରାଇରଙ୍ଗପୁର ପୈାରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୫ ରେ ବୁଲୁ ଶର୍ମାଙ୍କ ଘରେ ଭଡାରେ ରହୁଥିବା ଜଣକ ଘରୁ ବିଜୟୱାଡାରୁ ଆସୁଥିବା ଟ୍ରାନ୍ସପୋର୍ଟ ପେଟିରୁ ନାଗସାପ ଉଦ୍ଧାର କରାଯାଇଛି । ମିଳିଥିବା ସୂଚନା ଅନୁଯାୟୀ ରାଇରଙ୍ଗପୁରରେ କାର୍ଯ୍ୟରତ ଏଲଏଣ୍ଡ ଟି କର୍ମଚାରୀ ଆର ମୁଥୁଙ୍କ ଘରୋଇ ସାମନପତ୍ର ଅଗଷ୍ଟ ୯ରେ ଏକ ଘରୋଇ ଟ୍ରାନ୍ସପୋର୍ଟ ଅଗ୍ରୱାଲ ଏଣ୍ଡ ଫୋକସରେ ବିଜୟୱାଡାରୁ ଆସି ଗତକାଲି ରାଇରଙ୍ଗପୁରରେ ପହଞ୍ଚିଥିଲା ।ପରେ ଭଡାରେ ରହୁଥିବା ମାଲିକ ଏବଂ ମାଲିକାଣୀ ବିଭିନ୍ନ ପେଟି ଖୋଲି ସଜାଉଥିଲେ ।ଗୋଟେ ପେଟିରୁ ଏକ କଣା ଦେଖିଥିଲେ ।କଣା ପାଖରେ କିଛି ହଲଚଲ ହେଉଥିବା ଦେଖି ଆଶ୍ଚର‌୍ୟ୍ୟ ହୋଇଥିଲେ ।ପରେ ଏକ ଧଳା ନାଗସାପ ଦେଖିଥିଲେ ।ସେହି ପେଟିରେ ସେଉ,ବୁଟ,ଚଣା ଇତ୍ୟାଦି ଘରୋଇ ଖାଇବା ଜିନିଷ ଥିଲା ।ସାପଟିକୁ ଦେଖି ମାଲିକ ଆର ମୁଥୁ ଏବଂ ପଡୋଶୀ ବନବିଭାଗକୁ ଖବର ଦେଇଥିଲେ ।ବନପାଳ ବିପିନ ବେହେରା ତାଙ୍କ କର୍ମଚାରୀ ଫରେଷ୍ଟ ଗାର୍ଡ ପରମାନନ୍ଦ ମହାନ୍ତ ଏବଂ ସୃଷ୍ଟିଧର ମହାନ୍ତ ପାରା ଷ୍ଟାଫ ଘଟଣାସ୍ଥଳରେ ପହଞ୍ଚି ସାପଧରା ବାଡି ରେ ଏହି ଧଳାନାଗସାପ ଯାହାର ଲମ୍ବ ୬ ଫୁଟରୁ ଅଧିକ ହେବ ଧରିଥିଲେ। ଶନିବାର ରାତି ୮ ଟା ପାଖାପାଖି ସମୟରେ ଜନୈକ ବ୍ୟକ୍ତି ଘରୁ ବନ ବିଭାଗ କର୍ମଚାରୀ ନାଗସାପ ଉଦ୍ଧାର କରି କୁଚେଇବୁଡି ଜଙ୍ଗଲରେ ଛାଡିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ