ଅନ୍ଧାରରେ ଗ୍ରାମବାସୀ

ନୟାଗଡ,(ଯୁଗାବ୍ଦ ନ୍ୟୁଜ୍‌): ନୟାଗଡ ଜିଲ୍ଲା ରଣପୁର ବ୍ଲକ ସୁନାଖଳା ଗ୍ରାମପଂଚାୟତର ୧୩ ନଂ ୱାର୍ଡର ଜନସାଧାରଣ ୨୫ ଦିନ ହେଲା ଅନ୍ଧାରରେ କାଳ କାଟୁଛନ୍ତି । ଏହା ସହ ଛାତ୍ରଛାତ୍ରୀ ମାନଙ୍କ ପାଠ ପଢାରେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ୧୩ ନଂ ୱାର୍ଡରେ ଦୀର୍ଘ ୪୦ ବର୍ଷ ଧରି ଥିବା ଟ୍ର୍‌ାନ୍ସଫରମର ପୋଡିଯିବାରୁ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖିନ ହେଉଥିବାର ଦେଖିବାକୁ ମିଳିିଛି । ବାରମ୍ବାର ବିଦ୍ୟୁତ ୍ ବିଭାଗ ନିକଟକୁ ଉପଭୋକ୍ତା ମାନେ ଦୈାଡି ଦୈାଡି ନିରାଶ ହେଉଛନ୍ତି । ଏଥିସହ ତାର ଗୁଡିକ ମଧ୍ୟ ଦୀର୍ଘଦିନ ହୋଇଥିବାରୁ ତାର ଗୁଡିକ ବାରମ୍ବାର ଛିଡିଯାଉଛି । ତେଣୁ ବିଦ୍ୟୁତ୍ ବିଭାଗ ପ୍ରଶାସନ ଏଥିପ୍ରତି ଗୁରୁତ୍ୱ ଦେବା ସହ ତୁରନ୍ତ କାର୍ଯ୍ୟକାରୀ କରିବା ନିମନ୍ତେ ସାଧାରଣରେ ଦାବି ହୋଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ