ଟ୍ରାନ୍ସଫର୍ମର ସ୍ଥାନାନ୍ତରିତ ନିମନ୍ତେ ଅଗସ୍ତିନୂଆଗାଁ ଗ୍ରାମବାସୀଙ୍କ ନିର୍ବାହୀ ଯନ୍ତ୍ରୀ ଙ୍କୁ ସ୍ମାରକ ପତ୍ର
ଛତ୍ରପୁର, (ଦେବଦତ୍ତ ମହାରଣା):ଛତ୍ରପୁର ବ୍ଲକ୍ ଅନ୍ତର୍ଗତ ଅଗସ୍ତିନୂଆଗାଁ ଗ୍ରାମରେ ଦୀର୍ଘ ବର୍ଷ ଧରି ଗ୍ରାମ ମଧ୍ୟରେ ବିପଦ ସଂକୁଳ ଅବସ୍ଥାରେ ଥିବା ବିଦ୍ୟୁତ ଟ୍ରାନ୍ସଫର୍ମର କୁ ସ୍ଥାନାନ୍ତରିତ କରିବା ଦାବି ନେଇ ଆଜି ଗ୍ରାମର ବହୁ ଜନସାଧାରଣ ବିଦ୍ୟୁତ ବିଭାଗର ନିର୍ବାହୀ ଯନ୍ତ୍ରୀ ଇଂ.ସୁଦର୍ଶନ ବେହେରା ଙ୍କ ଉଦେଶ୍ୟରେ ଏକ ଲିଖିତ ସ୍ମାରକ ପତ୍ର ପ୍ରଦାନ କରାଯାଇଛି l ବହୁ ବର୍ଷ ଧରି ଗ୍ରାମ ମଧ୍ୟରେ ଟ୍ରାନ୍ସଫର୍ମର ରହିଥିବା ବେଳେ ବର୍ତ୍ତମାନ ଗ୍ରାମର ଚାରିପାର୍ଶ୍ଵରେ ଜନବସତି ହୋଇଥିବା ବେଳେ ଛୋଟ ଶିଶୁଙ୍କ ଠାରୁ ଆରମ୍ଭ କରି ପଶୁପକ୍ଷୀ ଯାତାୟାତ କରୁଛନ୍ତି l ଉକ୍ତ ଟ୍ରାନ୍ସଫର୍ମର ଟି ବିପଦ ସଂକୁଳ ଅବସ୍ଥାରେ ରହିଥିବା ହେତୁ ଗ୍ରାମବାସୀ ତୁରନ୍ତ ଉକ୍ତ ବିଦ୍ୟୁତ ଟ୍ରାନ୍ସଫର୍ମରଟିକୁ ସ୍ଥାନାନ୍ତରିତ କରିବା ପାଇଁ ଦାବି କରିଛନ୍ତି l ଏହା ତୁରନ୍ତ କାର୍ଯ୍ୟକାରୀ କଲେ ଗ୍ରାମବାସୀମାନେ ବିପଦ ମୁକ୍ତ ରହିବେ ବୋଲି ସେମାନେ ଉକ୍ତ ସ୍ମାରକ ପତ୍ରରେ ଦର୍ଶାଇଛନ୍ତି l ଉକ୍ତ ସ୍ମାରକ ପତ୍ର ପ୍ରଦାନ ବେଳେ ଗ୍ରାମର ସୁଧୀର କୁମାର ନାହାକ ,ପଙ୍କଜ ନାହାକ ,ସଂଗ୍ରାମ ପଣ୍ଡା ,କୈଳାସ ନାହାକ ,କାଳିଆ ସାହୁ ,ଶିବ ସାହୁ ,ସମୀର ନାହାକ , ସଞ୍ଜୟ ପଣ୍ଡା ,ଦୀପକ କୁମାର ସ୍ୱାଇଁ ,ଅଶୋକ ନାହାକଙ୍କ ସମେତ ବହୁ ଗ୍ରାମବାସୀ ଉପସ୍ଥିତ ଥିଲେ l